ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ ଓଡ଼ିଆ ଝିଅ, ପିଏମ୍ ୟୁବା ୨.୦ ପାଇଁ ଚୟନିତ ହେଲେ ଯୁବ ଗାଳ୍ପିକା ରୋଜାଲୀନ୍ ମହାନ୍ତି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): ପିଏମ୍ ୟୁବା ମେଣ୍ଟରସିପ ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବ ଲେଖିକା ରୋଜାଲୀନ ମହାନ୍ତି। ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା। ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ଶ୍ରୀମତୀ ମହାନ୍ତିଙ୍କ ପାଣ୍ଡୁଲିପିଟି ମନୋନୀତ ହୋଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଦ୍ଧପୋଖରୀ ଗ୍ରାମର କୁମରବର ମହାନ୍ତି ଓ ସ୍ଵର୍ଗତ ସୁଧାଂଶୁବାଳା ମହାନ୍ତିଙ୍କ ସୁକନ୍ୟା ରୋଜାଲୀନ ଗଳ୍ପ, କବିତା ରଚନା ସହ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପିକା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର ପାଇବା ସହ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବାବେଳେ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିସାରିଛନ୍ତି। ସମ୍ପ୍ରତି ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ବେଳେ ସେ ମୟୁରଭଞ୍ଜର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡା. ଦିଲ୍ଲୀପ ବେହେରାଙ୍କୁ ବିବାହ କରିଛନ୍ତି। ଦେଶର ବିଭିନ୍ନ ଭାଷାରୁ ଚୟନିତ ମୋଟ ୪୪ ଜଣ ଲେଖକଙ୍କ ମଧ୍ୟରେ ଶ୍ରୀମତୀ ମହାନ୍ତି ସାମିଲ ଥିବାରୁ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.