ରେଙ୍ଗାଲପାଲି ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ଗ୍ରାମ ପଞ୍ଚାୟତର ଭିତ୍ତି ଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରୟାସ ସମ୍ପର୍କିତ ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ସାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ସତ୍ୟନାରାୟଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜୟପାଟଣା ଉପାଧ୍ୟକ୍ଷା ଜାନକୀ ବାଣୁଆ, ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ରେଙ୍ଗାଲପାଲିର ସଂଯୋଜକ ରମାକାନ୍ତ ମାଝୀ, ଜୟପାଟଣା ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ହେମନ୍ତ କୁମାର ଭୋଇ ପ୍ରମୁଖ ମଞ୍ଚାସୀନ ରହିଥିଲେ।ସର୍ବ ପ୍ରଥମେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଯଥା କୃଷି ବିଭାଗ, ଶିକ୍ଷା ବିଭାଗ, ପଶୁ ସମ୍ପଦ ବିଭାଗ, ମିଶନ ଶକ୍ତି ବିଭାଗ, ସ୍ବାସ୍ଥ୍ୟ ବିଭାଘ, ଅଙ୍ଗନବାଡି ଆଶା କର୍ମୀ ମହିଲା ଶକ୍ତି ବିଭାଗ ର ଷ୍ଟଲ୍ ଦେଖିବାକୁ ମିଳିଥିଲା।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟରତ ଶିକ୍ଷା ବିଭାଗ ରାଜ୍ୟ ସ୍ତରରେ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ପୁରସ୍କାର ଆଣି ଗୌରବ ଅର୍ଜନ କରାଇ ଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କୁ ମାନପତ୍ର ଓ ଉପଢ଼ୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିଭଳି ଅନେକ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଚିତ୍ତରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ଉମାଶଙ୍କର ଦୀପ, ଗ୍ରାମ ରୋଜଗାର ସେବକ ପୂର୍ଣ୍ଣଚନ୍ଦ୍ର ପୁଝାରୀ, ପ୍ରମୁଖ ସହଯୋଗ କରିଥିଲେ।ଏହା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଉପଭୋଗ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.