ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ; ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ବଡ଼ମାଳ ଅଞ୍ଚଳରେ ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ଯୌତୁକ ପ୍ରଧାନ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  l ଏ ନେଇ ପୋଲିସ ଥାନା କେସ ନଂ 61/24 ରେ ଏକ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ନଂ 341/294/323/307/506 ଦଫା ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟଙ୍କୁ ଚାଲାଣ କରିଥିଲା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ଙ୍କୁ ଚାଲାଣ କରିଛି l ଗିରଫ ଅଭିଯୁକ୍ତ କିଶୋର ଚନ୍ଦନ (39) ଗ୍ରାମ ଫପସି ବୋଲି ଜଣାପଡିଛି l ପ୍ରକାଶ ଯେ, ଗଣ୍ଡପତ୍ରାପାଲି ପଞ୍ଚାୟତ ଅଧୀନ ଫପସି ଗାଁର ଯୌତୁକ ପ୍ରଧାନ ନାମକ ଜୈନିକ ବ୍ୟକ୍ତି ଘର ସମ୍ମୁଖରେ ନିଜ ଘର ପାଇଁ ରୋଷଇ କରିବା ପାଇଁ କାଠ କାଟୁଥିଲେ l ଏହି ସମୟରେ ସେହି ଗାଁର କିଶୋର ଚନ୍ଦନ ନାମକ ଜଣେ ଯୁବକ କାଠ କଟାକୁ ବିରୋଧ କରି ଘର କାନ୍ଥ ବାଜିଲେ କାନ୍ଥରେ ଦାଗ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ପରେ ରାତିରେ କିଶୋର ଏକ ଟାଙ୍ଗିଆ ଧରି ଯୌତୁକଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିଥିଲେ l ଫଳରେ ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାଯାଇଛି l ଉକ୍ତ ଘଟଣାକୁ ନେଇ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ମାମଲାକୁ ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.