ନର୍ଲାରେ କଳାହାଣ୍ଡି କପ ଟି-୧୫ କ୍ରୀକେଟ ଟୁର୍ଣ୍ଣାମେଣ୍ଟ; ଓଡ଼ିଶା ଏଣ୍ଟରପ୍ରାଇଯେସ ଏକାଦଶ ଭବାନୀପାଟଣା ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ପଡିଆରେ କଳାହାଣ୍ଡି କପ ଟି-୧୫ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଏହା ଗତ ୨/୨ ରେ ଉଦ୍ଘାଟିତ ହୋଇଥିଲା। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଫ୍ରେଣ୍ଡସ ଏକାଦଶ ଓଡ଼ିଶା ଏଣ୍ଟରପ୍ରାଇଯେଶ୍ ଏକାଦଶକୁ ଭେଟିଥିଲା। ଟସ୍ ଜିଣି ଫ୍ରେଣ୍ଡସ ଏକାଦଶ ଭବାନୀପାଟଣା ପ୍ରଥମ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୩ ରନ କରିଥିଲେ। ଜବାବରେ ଓଡିଶା ଏଣ୍ଟରପ୍ରାଇଯେଶ ଭବାନୀପାଟଣା ୧୮.୧ ଓଭରରେ ଟାରଗେଟ ପୁରା କରି ୪ ୱିକେଟ ରେ ବିଜୟ ଲାଭ କରିଥିଲେ। ଏହାପରେ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, କ୍ରୀଡାବିତ୍ ଶ୍ରୀଧର ସାହୁ ପ୍ରମୁଖ ମଞ୍ଚାସିନ ହୋଇ ମାର୍ଗଦର୍ଶନ ଦେବା ସହ ଚମ୍ପିୟାନ ଦଳକୁ ଟ୍ରଫି ସହ ୪୧,୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୨୧,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ମେନ ଅଫ ଦି ମ୍ୟାଚ ଭାବରେ ଓଡିଶା ଏଣ୍ଟରପ୍ରାଇଜେସ ଟିମର ସୂର୍ୟା ଓ ମେନ ଅଫ ଦି ସିରିଜ୍ ଭାବରେ ଉପରୋକ୍ତ ଟିମର ରାଜାଙ୍କୁ ଟ୍ରଫି ପ୍ରଦାନ କରଯାଇଥିଲା। ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲ। ପଡିଆରେ ଫାଇନଲ ମ୍ୟାଚ ଦେଖିବା ପାଇଁ ପ୍ରବଳ ଦର୍ଶକ ସମାଗମ ହୋଇଥଲା। ନର୍ଲା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ମଧ୍ୟରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଆୟୋଜକ ନର୍ଲା କ୍ରୀକେଟ କ୍ଲବର ସଭାପତି ଦୀପୁ ପାତ୍ର ଓ ସମ୍ପାଦକ ଚିନ୍ମୟ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।

Udyog Nursery
Udyogi Nursery

ଅମ୍ପାୟର ଭାବରେ ସତ୍ୟ ପଧାନ ଓ କୁମୁଦ ରାଉତ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ଭବାନୀ ବାଗ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅନିଲ କୋଲି ସ୍କୋରବୋର୍ଡ ଦାଇତ୍ୱ ସମ୍ପାଦନ କରିଥିଲେ। ଆୟୋଜକ ନର୍ଲା କ୍ରୀକେଟ କ୍ଲବର ବରିଷ୍ଠ ସଦସ୍ୟ ନାଭି, ରୁନୁ, ସୁମନ, ଭବାନୀ, ରାଜା, ସିଲୁ, ଅଭି, ତୋଫାନ, ସୁକାନ୍ତ, ଶ୍ରୀକାନ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ନର୍ଲା କ୍ରିକେଟ କ୍ଲବ ର ସଦସ୍ୟ ଓ ଜନସାଧାରଣଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ କଳାହାଣ୍ଡି କପ ଟୁର୍ଣ୍ଣାମେଣ୍ଟ ସଂପନ୍ନ ହୋଇଥିବାରୁ କ୍ଲବର ସଭାପତି ଶ୍ରୀ ପାତ୍ର ଓ ସଂପାଦକ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.