ଜେମାଦେଈପେଣ୍ଠ ଠାରେ ବିଜେଡିର ବିଶାଳ ସମାବେଶ

୩ଟି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜୟଯୁକ୍ତ ପାଇଁ କର୍ମୀ କଲେ ସଂକଳ୍ପ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସଦର ରାୟଗଡା ବ୍ଳକର ଜେମାଦେଈପେଣ୍ଠ ଠାରେ ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ)ଙ୍କ ନେତୃତ୍ୱରେ ରବିବାର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସ୍ଥାନୀୟ ପଂଚାୟତଗୁଡିକର ବିଜେଡି କର୍ମୀଙ୍କ ସମେତ ନବୀନ ପ୍ରେମୀ ଏବଂ କାର୍ଯ୍ୟକର୍ତାଙ୍କ ଗହଣରେ ୪ହଜାରରୁ ଉର୍ଦ୍ଧ ଲୋକେ ଯୋଗ ଦେଇଥିବା ବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଦୃଢ ସମର୍ଥନ ଦେଖିବାକୁ ମିଳିଥିଲା । ବରିଷ୍ଠ ସଂଗଠକ କୋଣ୍ଡାବାବୁଙ୍କ ଅଧ୍ୟକ୍ଷତା ତଥା ପ୍ରତ୍ୟେକ୍ଷ ଆହ୍ୱାନ ଓ ନେତୃତ୍ୱରେ ଅନୁଷ୍ଠିତ ସମାବେଶକୁ ନେଇ ବିଜେଡି କର୍ମୀ ଉତ୍ସାହିତ ହୋଇଉଠିଥିଲେ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ସାଂସଦ ଆସନ ଏବଂ ରାୟଗଡା ଜିଲ୍ଳାର ବିଷମକଟକ,ଗୁଣପୁର ଓ ରାୟଗଡା ୩ଟି ବିଧାୟକ ଆସନରେ ବିଜେଡି ଦଳ ପକ୍ଷରୁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ସହ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତେ ଦୃଢ ସଂକଳ୍ପ ଓ ଶପଥ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା କାଶି ନାଇଡୁ,ରାୟଗଡା ଲ୍ୟାମ୍ପସ୍ ସଭାପତି ଚକ୍ର ବିଡିକା, ବରିଷ୍ଠ ଆଇନଜୀବି ବ୍ରଜସୁନ୍ଦର ନାୟକ, ଗାଜିଗାଁ ପଂଚାୟତ ପୂର୍ବତନ ସରପଂଚ ଲକ୍ଷ୍ମଣ ପିଡିକା, ବୈରାଗୀ ହାଲୁଆ ପୂର୍ବତନ ସରପଂଚ ଲୀନା ପିଡିକା, ବଡଇରକୁବାଡି ସରପଂଚ କାମେଶ୍ୱର ତାଡିଙ୍ଗି, ଆଦିବାସୀ ଯୁବନେତା ମୋହନ ବିଡିକା, ସୁଧାକର କରକରିଆ, ହାଟଶେଷଖାଲ ସରପଂଚ ଜିଆନା କିଲକା, ମାଟିକଣା ସରପଂଚ ମାଳି ତାଡିଙ୍ଗି, ଡାଙ୍ଗଲୋଡି ପଂଚାୟତ ସମିତି ସଭ୍ୟ ଅଜିତ ମାଣ୍ଡାଙ୍ଗି, ପିତାମହଲ ସରପଂଚ ଟିଟୁ ତାଡିଙ୍ଗି, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିନାୟକ ପଲେଇ, ଯୁବ ବିଜେଡିର ଜିଲ୍ଳା ସଂପାଦକ କେ. ଶ୍ରୀନିବାସ, ଜିଲ୍ଳା ଯୁଗ୍ମ ସଂପାଦକ ଏନ. ରବିଙ୍କ ସମେତ ଅଂଚଳର ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.