ଡେଙ୍ଗାଗୁଡାଠାରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମହିମା ପଞ୍ଚାୟତର ଡେଙ୍ଗାଗୁଡାଠାରେ ମଙ୍ଗଳବାର ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ଈଶରାମ କୋଲଥିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ ମୁଖ୍ୟ ଅତିଥି, ଆତ୍ମା ଆଧ୍ୟକ୍ଷ ଋତୁରାଜ ମାଝୀ, ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ପି.ପି. ସିଂ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, କେତୁରାମ ପାତ୍ର, ସମାଜସେବୀ ସୁଶୀଲ କୁମାର ଅଗ୍ରୱାଲ, ଜୟସିଂ ମାଝୀ, ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ନାଏକ, ପୂର୍ବତନ ନାଏବ ସରପଞ୍ଚ ସୁଶିଲ ଚନ୍ଦ୍ର ମାଝୀ, ନାଏବ ସରପଞ୍ଚ ସୁମତି ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ଏଲ୍.ଇ.ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ଷ୍ଟଲ ଗୁଡ଼ିକ ଖୋଲା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଡ଼ପୋଡ଼ାଗୁଡ଼ାର ଲଗିନ୍ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଲୋକନୃତ୍ୟ ଘୁମୁରା, ଘୁଡୁକା ନାଚ ସମେତ ଅନେକ ଲୋକନୃତ୍ୟ ପରିବେଷିତ ହୋଇଥିଲା। ଶରତ ନାଏକ ଓ ଶଶିଭୁଷଣ ମାଝୀ ମଞ୍ଚ ସଂଚାଳନ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓମ୍ ଜଗଦୀଶ୍ବର ଜାନି, ଛାତ୍ର ବିଜେଡ଼ି କୋକସରା ବ୍ଳକ ସମ୍ପାଦକ ଦୀନକୃଷ୍ଣ କୋଲଥିଆ, ୱାର୍ଡ ସଭ୍ୟ ଭୁବନେଶ୍ୱର ନାଏକ, ବାଲ୍ମୀକି ଧଙ୍ଗଡାମାଝୀ, ଦୈତାରି ମାଝୀ, ଦକ୍ଷସୂତା ନାଏକ, ରାମସିଂ ମାଝୀ, ଭୂମିସୁତା ମାଝୀ, ଅହଲ୍ୟା ଭରତିଆ, ପ୍ରଶନ୍ନ ବାଣୁଆ, ଗୀତା ଭରତିଆ, ହରିହର ବାଗ, ଦୁର୍ଗା ଦିସାରି, ଡାଳିମ୍ବ ମୁଲକିଆ, ଦୁର୍ଗା ନାଏକ ସମେତ ପଞ୍ଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସିଆରପି, ଏମବିକେ, ମିଶନ ଶକ୍ତି ମହିଳାମାନଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.