ଲାଂଜିଗଡ : ସ୍ନାନବେଦିରୁ ଗଣପତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୂ

ଲାଂଜିଗଡ,୧୭/୬ : ଆଜି ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ମଠ ମନ୍ଦିର ମାନଙ୍କରେ ପାରଂପାରିକ ରିତିନିତି ଅନୁସାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ  ପବିତ୍ର ସ୍ନାନ ଯାତ୍ରା ସଂପନ୍ନ ହୋଇଛି । ବ୍ଲକର ଲାଞ୍ଜିଗଡ଼ ରୋଡ ଓ ମୁସାନାଲ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ପରିଳକ୍ଷିତ ହୋଇଥିଲା । ମନ୍ଦିରର ପୁଝାରୀ ଓ ସେବାକାରୀ ମାନେ ମହାପ୍ରଭୂ ଜଗନ୍ନାଥଙ୍କୁ ସୁବାସିତ ଜଳରେ ସ୍ନାନ କରାଇଥିଲେ ।

ଆଜିଠୁ ୧୫ ଦିନଧରି ମହାପ୍ରଭୂଙ୍କ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତମାନେ ସ୍ନାନଯାତ୍ରା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପୂର୍ବ ଗଣପତି ରୂପ ଦର୍ଶନ କରିବାର ସୌଭାଗ୍ୟଲାଭ କରିଛନ୍ତି । ହାତୀ ବେଶ ପରେ ମହାପ୍ରଭୂ ଅଣସର ଘରେ ପ୍ରବେଶ କରିଛନ୍ତି । ଏହାପରେ ନେତ୍ରୋତ୍ସବ ଦିନ ନବଯୌବନ ଦର୍ଶନ ଓ ଦ୍ବିତୂୟା ତିଥିରେ ଶ୍ରୀଜିଉ ମାନଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହେବ ।

 

ଲାଂଜିଗଡରୁ ଦୂଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.