୧୫ ତମ ସର୍ବଭାରତୀୟ ରାମଧୂନ୍ କପ୍ ଫୁଟବଲ: ଭୁବନେଶ୍ଵର ଜଗା ୟୁନାଇଟେଡ଼ ଦଳ ଫାଇନାଲକୁ ପ୍ରବେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୧୫ ତମ ଅଲ୍ ଇଣ୍ଡିଆ ରାମଧୁନ୍ କପ୍ ଫୁଟବଲ ଟୁର୍ଣlମେଣ୍ଟ ରେ ଭୁବନେଶ୍ଵର ଜଗା ୟୁନାଇଟେଡ଼ କ୍ଲବ୍ ଓ ବରଗଡ ୟୁନାଇଟେଡ କ୍ଲବ୍ ମଧ୍ୟ ରେ ସଂଘର୍ଷ ପୁର୍ଣ୍ଣ ଖେଳ ଅନୁଷ୍ଟିତ ହୋଇଥିଲା l l ସୁବର୍ଣ୍ଣପୁର ଏଡିଏମ ଅଞ୍ଜଳୀନl ପଧାନ ମୁଖ୍ୟା ଅତିଥି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ, ପ୍ରାକ୍ତନ ପୌର ପରିଷଦ ଅଧ୍ୟକ୍ଷ କଇରୁ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଜିର ଖେଳକୁ ଉଦ୍ଘାଟନ କରି ଆୟୋଜକ, ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରି ସୁନ୍ଦର ଆୟୋଜନ ଓ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକଙ୍କୁ ପ୍ରଶଂସା କରି ପଡ଼ିଆର ଉନ୍ନତି ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଦେବାକୁ କହିଥିଲେ ଓ ଖେଳ କୁ ଉପଭୋଗ କରି କୃତି ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଭୁବନେଶ୍ଵର ଜଗା ୟୁନାଇଟେଡ଼ କ୍ଲବ ପ୍ରୟୋଜକ, ବରଗଡ ୟୁନାଇଟେଡ କ୍ଲବ୍ ପ୍ରୟୋଜକ, ଜିଲ୍ଲା କ୍ରୀଡା ସଂଘ ଉପଦେଷ୍ଟl ନନ୍ଦ କିଶୋର ତ୍ରିପାଠୀ, ଆଦିତ୍ୟ କିଶୋର ଦାନୀ, ଦିଗାମ୍ବର ଶତପଥି, କାଉନସିଲର ଗଙ୍ଗାଧର ତରିଆ, ସୁକାନ୍ତ ସାହୁ, ରାଜ କିଶୋର ରାଓ, ଭେଟରାନ ଖେଳାଳି ବାବୁଲା ବେବର୍ତ୍ତା, ଅଖୁଜ ବକ୍ସି, ଶଙ୍କର୍ଷଣ ପଟ୍ଟନାୟକ, ଧରଣୀ ଧର ନାଏକ, ପବିତ୍ର ଖପର୍ଦ୍ଧ୍ୱlଜ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ଦଳକୁ ୧-୦ ରେ ପରାସ୍ତ କରି ଭୁବନେଶ୍ୱର ଜଗା ୟୁନାଇଟେଡ଼ କ୍ଲବ ବିଜୟୀ ହୋଇଛି। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭୁବନେଶ୍ଵର ଦଳର ଖେଳାଳି ସ୍କୋରର ପୟଜନ ମାରାଣ୍ଡିଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୂଖ୍ୟ ରେଫରି ଭାବେ ପ୍ରଶାନ୍ତ ବେହେରା, ଖେଳ ପରିଚାଳନା ଓପିଇଟି ସଲିଳ ବେହେରା, ଜିତେନ୍ଦ୍ର ଥନପତି ଓ ଫୋର୍ଥ ଅଫିସିଆଲ୍ ସଞ୍ଜୀବ ସାହୁ ସହଯୋଗ କରିଥିଲେ। ପ୍ରଭୁ ଦାଶ ଖେଳର ଧାରା ବିବରଣୀ ପ୍ରଦାନ୍ କରିଥିବା ବେଳେ ଚିତ୍ତ ରଞ୍ଜନ ତରାସିଆ ଓ ମିଡ଼ିଆ ସଂଯୋଜକ ମନୋରଂଜନ ତ୍ରୀପାଠୀ ଅତିଥି ସ୍ଵାଗତ ଓ ସଭା ସଂଯୋଜନl କରିଥିଲେ। ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ପଦ୍ମନାଭ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁ କାର୍ଯ୍ଯ ପରିଚଳନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.