ଅକ୍ସଫୋର୍ଡ ପବ୍ଲିକ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସ୍ଥିତ ନୀଳକଣ୍ଠ ନଗରରେ ଥିବା ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲ୍ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନକା କ୍ଲଷ୍ଟରର ସି.ଆର୍.ସି.ସି ହେମନ୍ତ କୁମାର ବେହେରା, ମୁଖ୍ୟବକ୍ତା ରୂପେ ଭାଟକୁମରଡା କ୍ଲଷ୍ଟରର ସିଆରସିସି ଏସ୍. ଲକ୍ଷ୍ମୀନାରାୟଣ ପାତ୍ର, ସମ୍ମାନିତ ଅତିଥିଭାବେ କୁନା ସେଠୀ, ସାହିତ୍ୟିକ,  ସଞ୍ଜୟ ମହାପାତ୍ର (ସମାଜ ସେବୀ), ପ୍ରଭାକର ପଣ୍ଡା (ପ୍ରେରକ ବକ୍ତା) ପ୍ରଭୃତି ଅତିଥି ଯୋଗ ଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ। ଚଳିତବର୍ଷ କ୍ରୀଡା, ବିଜ୍ଞାନମେଳା, ନାଚ, ସଂଗୀତ ଚିତ୍ର ଏବଂ ରଚନା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗ୍ୟ ବିବେଚିତ ବିଭିର୍ଣ୍ଣ ବିଭାଗ ର ପ୍ରତିଭାବାନ୍ ଛାତ୍ର, ଛାତ୍ରୀ, ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଡାଇରେକ୍ଟର ରବିନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ଛାତ୍ର, ଛାତ୍ରୀଙ୍କୁ ସମଗ୍ର ବିକାଶ, ଆଦର୍ଶ ଛାତ୍ର ତଥା ସୁନାଗରିକ ହେବା ପାଇଁ ଦିଗ୍ ଦର୍ଶନ ଦେଇଥିଲେ। ଛାତ୍ର, ଛାତ୍ରୀମାନେ ଶେଷରେ ହନୁମାନ ଚାଳିଶା ଗାନ କରି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିଥିଲେ। ଶ୍ରୀଯୁକ୍ତ ପଣ୍ଡା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଗୌଡ଼ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଏବଂ ଛାତ୍ର, ଛାତ୍ରୀ ମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.