ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ଷମ ହେଉନି ମୋବାଇଲ ନେଟୱାର୍କ: କେନ୍ଦ୍ରୀୟ ଅବହେଳାକୁ ନେଇ ଜନ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଥିବା କେନ୍ଦ୍ରସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବିକ ଚିତ୍ର କିନ୍ତୁ ଓଲଟା। ଆଜିବି ଲାଞ୍ଜିଗଡ଼ ବ୍ଲକରେ ଅନେକ ସ୍ଥାନରେ ନିର୍ଦ୍ଦିଷ୍ଟ ଜିଓ କମ୍ପାନୀ ମୋବାଇଲ ନେଟୱାର୍କ ନିର୍ମାଣ କରିଛି ସତ ହେଲେ କିଛି ଗାଁରେ କେବଳ ଫୋନ କଲର ବ୍ୟବସ୍ଥା ହୋଇଥିବା ଯୋଗୁଁ ଲୋକେ ଗଛ ଉପରେ ଚଢ଼ି ନେଟୱାର୍କ ଖୋଜି ଅନଲାଇନ କାମ କରୁଥିବା ଚିତ୍ର ଆଗରୁ ଓ ଏବେ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଲାଞ୍ଜିଗଡ଼ ବ୍ଲକର ପାହାଡପଦର, ମାଳିଯୁବାଙ୍ଗ, ଲାଖବାହାଳି, ବେନଗାଁ, ଲାଞ୍ଜି, ବନ୍ଦପାରି ଓ ବେଡ଼ାଗାଁ ଭଲି ଅନେକ ଗୁଡ଼ିଏ ପଞ୍ଚାୟତରେ ନିର୍ଦ୍ଧିଷ୍ଟ ଜିଓ କମ୍ପାନୀ ଜିଓ ନେଟୱାର୍କ ନିର୍ମାଣ କରିଛନ୍ତି କିନ୍ତୁ ଏବେ ଯାଏଁ ଇଣ୍ଟେର୍ନେଟର ବ୍ୟବସ୍ଥା କରାଯିବା ତ ଦୂରର କଥା ଫୋନକଲ ବ୍ୟବସ୍ଥା ମଧ୍ୟ ଠିକ ଭାବରେ ହୋଇପାରିନାହିଁ। ଯାହାଫଳରେ ଲାଞ୍ଜିଗଡ଼ ଉପାନ୍ତ ଅଞ୍ଚଳବାସୀ ବିଭିନ୍ନ ସମୟରେ ଅନେକ ସମସ୍ୟା ଭୋଗୁଛନ୍ତି। ଉପାନ୍ତ ଅଞ୍ଚଳରେ ନେଟୱାର୍କ ସଂଯୋଗ ହେବାନେଇ ଅଞ୍ଚଳବାସୀଙ୍କ ମନରେ ହସ ଫୁଟିଥିଲା ହେଲେ ନିର୍ଦ୍ଧାରିତ ସମୟ ଠାରୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ବର୍ତମାନ ସୁଦ୍ଧା ଇଣ୍ଟେର୍ନେଟର ବ୍ୟବସ୍ଥା ହୋଇନାହିଁ କିମ୍ବା ବ୍ଲକର ବିଭିନ୍ନ ଗାଁରେ ଫୋନକଲର ସୁବିଧା ମଧ୍ୟ ହୋଇପାରିନାହିଁ। ଇଣ୍ଟେର୍ନେଟ ବ୍ୟବସ୍ଥା ନଥିବାରୁ ପିଲାଙ୍କ ଅନଲାଇନ ପାଠପଢ଼ା ସମେତ କୌଣସି ଅନଲାଇନ କାର୍ଯ୍ୟ ହୋଇ ପାରୁନାହିଁ। ଯାହାଫଳରେ ଲୋକେ ବିପଦପୂର୍ଣ୍ଣ ଭାବରେ ଗଛ ଚଢ଼ିଥାନ୍ତି ଓ ଅନଲାଇନ କାମ କରିବାକୁ ପଡ଼ିଥାଏ। ଖାଲି ସେତିକି ନୁହେଁ ନେଟୱାର୍କ ଅସୁବିଧା ଯୋଗୁଁ ଗଛ ଓ ପାହାଡ଼ ଉପରେ ଚଢ଼ିଲେ ମଧ୍ୟ୍ୟ ଠିକ ଭାବରେ ସିଗନାଲ ମଧ୍ୟ ଆସେନାହିଁ। ତେଣୁ ସରକାରୀ କାମରେ ମଧ୍ୟ ନାକେଦମ ହୋଇଥାନ୍ତି ସରକାରୀ କର୍ମଚାରୀ। ତେବେ ଯଥା ଶୀଘ୍ର ଲାଞ୍ଜିଗଡ ଉପାନ୍ତ ଅଞ୍ଚଳରେ ଇଣ୍ଟେର୍ନେଟ ତଥା ଫୋନକଲର ବ୍ୟବସ୍ଥା କରାଯାଉ ବୋଲି ଅଞ୍ଚଳବାସି ଦାବି କରିଆସୁଛନ୍ତି। ଚଳିତ ମାସ ମଧ୍ୟରେ ସମସ୍ତ ଜିଓ ଟାୱାରକୁ କାର୍ଯ୍ୟକାରୀ କରି ଫୋନକଲ ଓ ଇଣ୍ଟେର୍ନେଟର ସୁବିଧା ଯଦି ଯୋଗାଇ ଦିଆ ନଯାଏ ତାହାହେଲେ ରାଜରାସ୍ତାକୁ ଓଲ୍ଲାଇବୁ ନଚେତ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଅଞ୍ଚଳବାସୀ କଡ଼ା ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.