ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମସଜିଦ ପାଖ ଏନଏସି ପୁରୁଣା ଗେଷ୍ଟ ହାଉସ ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ ସେଠ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସିଡିଏମଓ ଡ଼ ସୁଚେତା ପାଣି, ଉପଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚକମା, ନଗରପାଳ ମୁକେଶ ଅଗ୍ରୱାଲ, ଉପ ନଗରପାଳ ହିମାଦ୍ରୀ ନାଏକ ଓ ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ।