ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାବାସୀଙ୍କ ପାଇଁ ବହୁ ଦିନର ସ୍ବପ୍ନ ସାକାର ହୋଇଛି | ଗୁରୁବାର ନୂଆପଡାର ନବ ନିର୍ମିତ ବସଷ୍ଟାଣ୍ଡକୁ ଓଡିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି | ୯ କୋଟି ୭୨ ଲକ୍ଷ ୨୫ ହଜାର ଟଙ୍କାରେ ନିର୍ମିତ ଏହି ନୂତନ ବସଷ୍ଟାଣ୍ଡରେ ସିସି ଟିଭି, ବସ ପାର୍କିଂ, ଯାତ୍ରୀଙ୍କ ମୋବାଇଲ ଚାର୍ଜ ସୁବିଧା, ରହିଵା ପାଇଁ ସୁବିଧା, ଵସ ଗାଡି ମରାମତି ପାଇଁ ଅଲଗା ସୁବିଧା, ସୁନ୍ଦର ପରିବେଶ, ଶୌଚାଳୟ ଭଲି ଅନେକ ସୁବିଧା ରହିଛି | ତେବେ ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡା ଜିଲ୍ଲପାଳ ହେମକାନ୍ତ ସୟ, ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ, ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ଉମା ଠାକୁର, ଭାନୁ ପ୍ରତାପ ସିଂ ମାଝୀ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବର, ନୂଆପଡା ଏନଏସି ଇଓ ଚନ୍ଦନ ଶତପଥି, ଆରଟିଓ ମାନା ସିଂ, ଏମଭିଆଇ ବିଜୟକୁମାର ବେହୁରିଆ ପ୍ରମୁଖ ଯୋଗଦେଇଥିଲେ | ଓଏସଆରଟିସି ନୂଆପଡା ମେନେଜର ନଚିକେତ ତାଣ୍ଡି, ଷ୍ଟେସନ ମାଷ୍ଟର ବିଜୁ କୁମ୍ଭାର, ସ୍ଥାନୀୟ ଲୋକ, ଏସଏଚଜି ମହିଳା ପ୍ରମୁଖ ଉପସ୍ଥିତ ଥିଲେ |




