୧୯ତମ ପାତାଳୀ ମହୋତ୍ସବ ଉଦଯାପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଅନୁଷ୍ଠିତ ହୋଇଥିବା ୧୯ତମ ପାତାଳୀ ମହୋତ୍ସବ  ଉଦଯାପିତ ହୋଇଯାଇଛି। ଏହି ମହୋତ୍ସବ ୯ତାରିଖରୁ ମହାସମାରୋହରେ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ତଥା ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିଲେ। ଆଜି ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ ସମ୍ପନ୍ନ ହେଲା ପରେ ମୁଣ୍ଡୋମ‌ହୁଳ ଓ କାଇଁଶିପାଳ ମଧ୍ୟରେ ସଂକୀର୍ତ୍ତନ ବୈଠକୀ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ କଳଶ ଶୋଭାଯାତ୍ରା, ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ, ସଭା, ଗୀତ, ନୃତ୍ୟ, ଦୁଲଦୁଲି,ଭଜନ ସମାରୋହ, ସଂକୀର୍ତ୍ତନ ବୈଠକି, ରକ୍ତଦାନ ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଶିବିର, ମେଜିକ ସୋ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୋଟସମଲାଇ ବାହାରିପଡା, ଗଡଭିତର, ଖୁଣ୍ଟୁଲାପାଲି, ରେଡମ୍, ଗୋଲାବନ୍ଧ, ସୁନାପାଲି, ବାଘପାଲି ସଂକୀର୍ତ୍ତନ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ପାତଳୀ ଟ୍ରଷ୍ଟର ଉତ୍ତର କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ, ମହାଦେବ ସାହୁ, ଜାନକୀରାମ ଦେହେରୀ, ଜଗଦିଶ କର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.