୧୫ତମ ସର୍ବ ଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ରାମଧୁନ କ୍ଲବ ଫାଇନାଲକୁ ପ୍ରବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୧୫ ତମ ଅଲ୍ ଇଣ୍ଡିଆ ରାମଧୁନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟିୟାଇସି, ସୁନାବେଡ଼ା ଦଳକୁ ୧-୦ ଗୋଲରେ ହରାଇ ଆୟୋଜକ ରାମଧୂନ୍ କ୍ଲବ୍ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ଖେଳ ଖୁବ୍ ସଂଘର୍ଷ ପୂର୍ଣ୍ଣ ଥିଲା। ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଖେଳକୁ ଉଦଘାଟନ କରି ଖେଳାଳିଙ୍କୁ ଓ ସୁନ୍ଦର ଅୟୋଜନ ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରି ଟୁର୍ଣ୍ଣାମେଣ୍ଟର ଉଜ୍ଜ୍ୱଳ ଭବିଷ୍ୟତ ଶୁଭ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର ଉପ ଜିଲ୍ଲାପାଳ ଶ୍ରୀ ସୁରଜ୍ କୁମାର୍ ପଟ୍ଟନାୟକ, ଅବସର ପ୍ରାପ୍ତ ଆର୍ମୀ କର୍ଣାଲ ଶ୍ରୀ ମଧୁ ସୁଦନ ପୂଜାରୀ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ବଲାଙ୍ଗିର ଜିଲ୍ଲା କ୍ରିଡ଼ା ଅଧିକାରୀ ପରାଶର ବାଗ, ପୁର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଅଭିମନ୍ୟୁ ପାଣ୍ଡେ, ମାର୍ଚେଣ୍ଟ ଏସୋସିଏସନ୍ ସମ୍ପାଦକ ଗୁଣନିଧି ମେହେର, ଜିଲ୍ଲା କ୍ରିଡ଼ା ସଂଘ ବରିଷ୍ଠ ସଦସ୍ୟ ବିକାଶ ମିଶ୍ର, ଭେଟରାନ ଫୁଟବଲ୍ ଖେଳାଳି ବଳରାମ ପଣ୍ଡା, ମହିଳା ଫୁଟବଲ ଖେଳାଳୀ ସୁଷମା ଦଳାଇ, ପ୍ରତିମା ବଗର୍ତ୍ତି, ଯୋଗ ଦେଇ ଆୟୋଜକ, ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରି ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ସୁନାବେଡା ଦଳର ପ୍ରାୟୋଜକ ମହାନଦୀ ଧାରାର ପ୍ରୋପାଇଟର ପ୍ଲାବନ ମହାପାତ୍ର, ରାମଧୁନ କ୍ଲବର ପ୍ରଯୋଜକ ଆଲ୍ଫା ଏଜୁକେଶନ ହବ ର ପ୍ରୋପାଇଟର ମାଧବ ମହଲା ମଞ୍ଚରେ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିଜୟୀ ରାମଧୂନ୍ କ୍ଲବ୍ ଦଳର ଖେଳାଳି ବଣ୍ଟି ମୁଣ୍ଡାଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସୋନୁ ଫାଷ୍ଟ ଫୁଡ୍ ତରଫରୁ ଗୋଲ୍ ସ୍କୋରର ଭାବେ ମିଷ୍ଟର୍ ମୁଣ୍ଡା ଙ୍କୁ ୫୦୦ ଟଙ୍କା ପ୍ରଦାନ୍ କରାଯାଇଥିଲା। ମୂଖ୍ୟ ରେଫରି ଭାବେ ସଂଜୀବ ସାହୁ ଓ ଦିଲ୍ଲୀପ ରାଉତ, ସଲିଳ ବେହେରା, ଜୀତେନ୍ଦ୍ର ଥନାପତି, ଖେଳ ପରିଚଳନାରେ ସହଯୋଗ କରିଥିଲେ। ମନୋରଞ୍ଜନ ତ୍ରିପାଠୀ ଖେଳ ଅତିଥି ସ୍ଵାଗତ ଓ ସଭା ସଂଯୋଜନା କରିଥିଲା ବେଳେ ଧାରା ବିବରଣୀରେ ସଞ୍ଜୟ ପାଟ ନାଏକ ସହଯୋଗ କରିଥିଲେ। ବିଜୟୀ ଦଳ ର ଗୋଲ କିପରଙ୍କୁ ରାଏନୁ ଅଲ୍ଲୀଙ୍କ ଦ୍ଦ୍ଵାରା ୫୦୦ ଟଙ୍କା ପ୍ରଦାନ୍ କରାଯାଇଥିଲା। ମ୍ୟାଚ୍ କମିଶନର ଭାବେ ଜାତୀୟ ସ୍ତରର ରେଫରି ଭୂକୁଲୁ ବକ୍ସି ଦାୟିତ୍ଵ ନେଇଥିଲେ। ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଘୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବୁ କାର୍ଯ୍ଯ ପରିଚଳନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.