ମାଳି ବିକାଶ ପରିଷଦର ବାର୍ଷିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ଦାଢିଗୁଡା ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ମାଲି ବିକାଶ ପରିଷଦର ବାର୍ଷିକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସଭାପତି ତିଲକ ମାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ରୁପେ ଅଭିଭକ୍ତ କୋରାପୁଟ ଜିଲ୍ଲା ମାଲି ବିକାଶ ପରିଷଦର ସଭାପତି ଦାସରଥି ମାଲି, ସମ୍ମାନିତ ଅତିଥି ରୂପେ ଭତ୍ରା ବିକାଶ ପରିଷଦର ସଭାପତି ଗୋପାଳ ପୂଜାରୀ, କଲାର ସମାଜର ଜିଲ୍ଲା ସଭାପତି  ରାମ ନାଥ କଲାର, ଯାଦବ ସମାଜର ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ନାୟକ ଯାଦବ, କୋରାପୁଟ ଜିଲ୍ଲା ସଭାପତି ପଦଲାମ ମାଲି, ସାଧାରଣ ସଂପାଦକ ଗୁପ୍ତ ଖରା, ନବରଙ୍ଗପୁର ଜିଲ୍ଲା ସାଧାରଣ ସଂପାଦକ ଜଚିନ୍ଦ୍ର ମାଲି, ଉମରକୋଟ ଵ୍ଳକର ସାଧାରଣ ସଂପାଦକ ଦୈନୁ ମାଳି, ସହସପାଦକ ସନୁ ନାୟକ, ନଂଵରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଳକର ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ମହିଳା ମୋର୍ଚାର ସଭାନେତ୍ରୀ ଓ ନାୟକ ପାଇକ, ମାଝୀ, ସମେତ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ମାଲି ସମାଜର ପୁରୁଷ ଓ ମହିଳା ସଦସ୍ୟ ମାନେ ଯୋଗ ଦେଇଥିଲେ। ଏଥିରେ ଅତିଥିମାନେ ଦାବି ଉପସ୍ଥାପନ କରିଥିଲେ କି ଦେଶ ସ୍ବାଧୀନ ହୋଇ ଆଜକୁ ୭୬ ବର୍ଷ ଅତିବାହିତ ହୋଇ ଗଲାଣି ଓ ବର୍ତ୍ତମାନ ସରକାର ୨୫ ଵର୍ଷ ଶାସନ କାଳରେ ମାଳମାଳ ଯୋଜନା ରହିଛି କିନ୍ତୁ ମାଳି ସମାଜ ପାଇଁ କିମ୍ବା ଓଵିସି ପାଇଁ କାହାର ଦରଦ ନାହିଁ କି କୋୖଣସି ଯୋଜନା ନାହିଁ। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଆଦିବାମ ବନବାସୀ ଯଥା:- ମାଲି, ଗୈାଡ, ତେଲି, କଲାର କିମ୍ବା ସୁଣ୍ଡି, କୁମାର, କୋମାର କିମ୍ବା ଲହରା, ପାଇକ, ଗାଦଵା ଓ ଅନ୍ୟାନ୍ୟ ପଛୁଆବର୍ଗ ଏହି ସବୁ ଜାତି ସଂରକ୍ଷଣ ଅଭାବରୁ ଅବହେଳିତ ହୋଇ ରହିଛନ୍ତି। ଏସବୁ ବିଷୟରେ ଅତିଥିମାନେ ସରକାରଙ୍କ ଉପରେ ବର୍ଷିଥିଲେ।ଅଭିଭକ୍ତ କୋରାପୁଟ ଜିଲ୍ଲାର ମାଲି ବିକାଶ ପରିଷଦର ସାଧାରଣ ସଂପାଦକ ଦୈତାରି ଖିଲ ମଞ୍ଚ ପରିଚାଳନା କରିଥିବାବେଳେ ଜତିନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.