ମଶାଣିବନ୍ଧ ମା ଶିଶୁ ମନ୍ଦିରର ଛାତ୍ର ଶାଶ୍ଵତ ନାୟକଙ୍କ କୃତିତ୍ୱ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ବ୍ଲକ ମଶାଣିବନ୍ଧ ମା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଶ୍ରୀମାନ ଶାଶ୍ଵତ ନାୟକ ୨୦୨୨-୨୩ ଶିକ୍ଷା ବର୍ଷରେ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ବ୍ରାହ୍ମଣୀ ଗ୍ରାମ ନିବାସୀ ପୁରୋହିତ ନାୟକ ଓ କଳ୍ପନା ନାୟକଙ୍କ ଏକମାତ୍ର ପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.