୨୪ ତାରିଖରେ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଶ୍ରୀକ୍ଷେତ୍ର ଟାଉନସିପ ଅମ୍ଳଭଟ୍ଟା ଠାରେ ସୃଷ୍ଟି ହେଲାଣି ଭକ୍ତିମୟ ପରିବେଶ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକ ଅମଲାଭଟ୍ଟା-କୋଲନରା ୩୨୬ନମ୍ବର ଜାତୀୟ ରାଜପଥ ମଧ୍ୟରେ ଥିବା ଶ୍ରୀକ୍ଷେତ୍ର ଟାଉନସିପ୍ ପରିସରରେ ନିର୍ମାଣଧୀନ ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ୱାମୀଙ୍କ ମନ୍ଦିରରେ ଆସନ୍ତା ଫେବୃଆରୀ ୨୪ତାରିଖରେ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ମହା ଆଡମ୍ବରରେ ପାଳନ କରାଯିବା ନେଇ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ଦେବସ୍ଥାନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଟ୍ରଷ୍ଟ ଅଧ୍ୟକ୍ଷ ଦୁଡୁଲା ଶ୍ରୀନିବାସ ଏବଂ ତାଙ୍କ ପତ୍ନୀ ତଥା ଟ୍ରଷ୍ଟ କୋଷାଧ୍ୟକ୍ଷା ଶ୍ରୀମତି ସାଇଲକ୍ଷ୍ମୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଶ୍ରୀ ବୈଷ୍ଣବ ଆଚାର୍ଯ୍ୟପୀଠ ପରଂପରାଦି ବର୍ତମାନ ଆଚାର୍ଯ୍ୟ ଶ୍ରୀମନ୍ ଶ୍ରୀମତ୍ ତିରୁମାଲା ରଙ୍ଗନାଥ ଆଚାର୍ଯ୍ୟ (ଗୁରୁଦେବ) ମଙ୍ଗଳ ଶାସନ ପ୍ରତ୍ୟେକ୍ଷ ମାର୍ଗ ଦର୍ଶନରେ ଆସନ୍ତା ଫେବୃଆରୀ ୨୪ତାରିଖ ଶନିବାର ଠାରୁ ୨୯ତାିରଖ ଗୁରୁବାର ପର୍ଯ୍ୟନ୍ତ ୬ଦିନ ବ୍ୟାପି ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ । ଏଥି ସକାଶେ ନିର୍ମାଣଧୀନ ମନ୍ଦିରର ଗର୍ଭଗୃହ,ପାଶ୍ୱର୍ ଦେବାଦେବୀ ମନ୍ଦିର,ଗୁରଡ ସ୍ତମ୍ଭ ସ୍ଥାନଗୁଡିକକୁ ପ୍ରସ୍ତୁତ କରି ରଖାଯାଇଅଛି । ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରୀ ଠାରୁ ଗତ ବୁଧବାର ସଂଧ୍ୟାରେ ୪୬ଫୁଟ ଲମ୍ବ ବିଶିଷ୍ଠ ଗରୁଡ ଧ୍ୱଜ ସ୍ତମ୍ଭକୁ ଅଣାଯାଇଥିଲା । ରାୟଗଡା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚର୍ନା ପରେ ଏକ ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ସ୍ତମ୍ଭକୁ ମନ୍ଦିର ଅଭିମୁଖେ ପଠାଇଥିଲା । ବିଶେଷ କରି ଏହି ବିଗ୍ରହ ପ୍ରତିଷ୍ଠା ପୂଜାର୍ଚ୍ଚନା ନିମନ୍ତେ ଜେକେପୁର ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଦେବସ୍ଥାନରୁ ଶ୍ରୀକ୍ଷେତ୍ର ଟାଉନସିପ୍ ପର୍ଯ୍ୟନ୍ତ ଏକ ଜଳ କଳସ ଶୋଭାଯାତ୍ରା ପ୍ରଥମ ଦିନ ଅନୁଷ୍ଠିତ କରାଯିବା ସହିତ ଯଞଶାଳାରେ ନିତ୍ୟ ବିଶେଷ ହୋମ ଓ ପୂଜାବିଧି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା କରାଯିବାକୁ ଥିବା ବେଳେ ଶେଷ ଦିନ ଗୁରୁବାରରେ ସକାଳ ୯ଘଂଟା ୫୮ମିନିଟ ସମୟରେ ଶୁଭମୂହୁର୍ତ ନବାଂଶକାଳରେ ୟନ୍ତ୍ର,ଦେବତାମୂର୍ତିର୍,ପୂର୍ଣ୍ଣକୁମ୍ଭଚକ୍ରାଦି ପ୍ରତିଷ୍ଠା ମହୋତ୍ସବ ପରେ ପ୍ରସାଦ ସେବନ ସହ ସମାପନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନରେ ଉପସ୍ଥିତ ପୂଜକ ଭାସ୍କର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏଥିସହ ପ୍ରତିଦିନ ସକାଳେ ୮ଘଂଟା ସମୟରେ ସାତୁମୁରୈ,ତୀର୍ଥଗୋଷ୍ଠୀ ସହ ସଂଧ୍ୟା ସମୟରେ ସାମୁହିକ ଶ୍ରୀ ବିଷ୍ଣୁ ସହସ୍ରନାମସ୍ତୋତ ପାରାୟଣ ଓ ସମୟାନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଟ୍ରଷ୍ଟ ସଂପାଦକ କାମ୍ବା ରାଜାରାଓ,ସଭ୍ୟ ଦୁଡୁଲା ଅର୍ଜୁନ, କେ.ସଂଜୁ, ଏ.ରାଧା, ଜଗନ୍ନାଥ ପରିଚ୍ଛା,ସୁଶ୍ମିତା ପରିଚ୍ଛା,ଜିତନ୍ଦ୍ରେ ସିନ୍ଦେ,ଜଗନ୍ନାଥ ରେଡ୍ଡି, ପି.ଭିପି. ରାମୁ ପ୍ରମୁଖ ନିୟମିତ ଭାବେ କାର୍ଯ୍ୟ ତ୍ୱରାନ୍ନିତ ନିମନ୍ତେ ନିଜ ଦାୟିତ୍ୱ ସଂପନ୍ନ କରୁଥିବା ବେଳେ ସ୍ଥାନୀୟ ଅଂଚଳବାସୀ ପରିଚାଳନାରେ ସହଯୋଗ କରି ଆସୁଛନ୍ତି । ପ୍ରକାଶ ଥାଉ କି,ଅବିଭକ୍ତ କୋରାପୁଟ ଜିଲ୍ଳାରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ରାୟଗଡା ଜିଲ୍ଳାରେ ପ୍ରଥମ କରି ସ୍ଥାପନା କରାଯାଉଛି । ଟ୍ରଷ୍ଟ ଅଧ୍ୟକ୍ଷ ଡୁଡୁଲା ଶ୍ରୀନିବାସ ଓ ଡୁଡୁଲା ସାଇଲକ୍ଷ୍ମୀ ଦମ୍ପତି ନିଜ ଖର୍ଚ୍ଚରେ ଏହି ମନ୍ଦିର ନିର୍ମାଣ କରୁଛନ୍ତି । ଗତ ୨୦୨୧ମସିହାରେ ଶ୍ରୀକ୍ଷେତ୍ର ଟାଉନସିପରେ ଥିବା ପ୍ରାୟ ୧ଏକରରୁ ଉର୍ଦ୍ଧ ଜାଗାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲି ଥିବା ବେଳେ ଆଗାମୀ ଦିନରେ ଏଠାକୁ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବାକୁ ଟ୍ରଷ୍ଟ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିବା ଶ୍ରୀ ଶ୍ରୀନିବାସ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.