ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଠାରୁ ଭୁବନେଶ୍ଵର ଯାଉଥିବା ଜନାର୍ଦ୍ଦନ ନାମକ ଏକ ଘରୋଇ ବସ୍ ଜାତୀୟ ରାଜପଥ ଜୁନାଗଡ଼ର ସଗଡ଼ା ବ୍ରିଜ୍ ସମ୍ମୁଖରେ ୩ ଦିନ ଆଗରୁ ଏକ ଦୁର୍ଘଟଣା ଘଟାଇଥିଲା। ଏହି ବସର ଚକତଳେ ଚାପିହୋଇ ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆଜି ସନ୍ଧ୍ୟାରେ ଜୁନାଗଡ଼ରୁ ଉକ୍ତ ବସ୍ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଗାଁ ଲୋକେ ଆସି ବ୍ଲକ ଅଫିସ ଠାରେ ବସକୁ ଅଟକାଇ ରାସ୍ତାରୋକ କରିଥିଲେ। କ୍ଷତିପୂରଣକୁ ଦାବି ନେଇ ଏହି ରାସ୍ତାରୋକ ହୋଇଥିବା ଖବର ପାଇ ଜୁନାଗଡ଼ ପୋଲିସ ଏବଂ ଇଣ୍ଡିଆନ ରିଜର୍ଭ ବାଟାଲିୟନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘରୋଇ ବସ ମାଲିକକୁ ଦାବି ପୁରା କରିବାକୁ ନେଇ ବୁଝା ଯାଇଥିବା ଜଣାପଡିଛି।




