ବିଏସକେୱାଇ କାର୍ଡରେ ମହିଳାଙ୍କ ନାମରେ ରାଜ୍ୟ ସରକାରଙ୍କ ମିଛ ପ୍ରଚାର 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚାଁଗୁଡ଼ିଆ ପଦର ନୂଆଁ ଗାଁ ଗ୍ରାମର ସରସ୍ବତୀ ସେଠୀ ବୟସ ୬୦ ବର୍ଷ, ସ୍ୱାମୀ ନିତ୍ୟାନନ୍ଦ ସେଠୀ, ତାଙ୍କ ନାମରେ ପଞ୍ଚାୟତର ବିକାଶ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ବହିରେରେ ମିଛ ପ୍ରଚାର କରାଯିବାର ଶୁଣି ସରସ୍ବତୀ ଙ୍କ ଉଚ୍ଚ ରକ୍ତ ଚାପ ବଢ଼ି ଯାଇଥିଲା | ସେ ସୁସ୍ଥ ହେବାପରେ ଗଣମାଧ୍ୟମରେ ସେ ଅଭିଯୋଗ କରିଛନ୍ତି ଏବଂ ଏହି ଲେଖା ସମ୍ପୂର୍ଣ ମିଥ୍ୟା, କପୋଳ କର୍ପିତ, ଅଟେ ବୋଲି ଦୃଢତାର ସହ କହିଛନ୍ତି | ଘଟଣାରୁ ଜଣାପଡିଛି ଯେ ତାଙ୍କୁ କିଛି ଲୋକ କିଛିଦିନ ତଳେ ଘରୁ ଡାକି ସାଙ୍ଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନେଇ ପଞ୍ଚାୟତ ଅଫିସକୁ ପହଞ୍ଚିବାକୁ କହିଥିଲେ, ସେ ପଞ୍ଚାୟତ ଅଫିସରେ ପହଂଚିବା ପରେ ତାଙ୍କୁ ବିଜୁ କଲ୍ୟାଣ କାର୍ଡ ଧରାଇ ଫୋଟୋ ଉଠାଇଥିଲେ, ପରବର୍ତ୍ତୀ ସମୟରେ ଆମ ପଞ୍ଚାୟତର ବିକାଶ ନାମକ ଏକ ସୁନ୍ଦର ମାର୍ଗ ଦର୍ଶିକା ବହିରେ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ସେଥିରେ ଛପାଇ ସେହି ବହି ସବୁ ପଞ୍ଚାୟତର ଘରେ, ଘରେ ଘରେ ବାଣ୍ଟି ଥିଲେ | ସେହି ବହି ସିଏଚ ନୁଆଁଗାଁର ଲୋକ ମାନେ ପଢି ସରସ୍ବତୀଙ୍କୁ ଦେଖାଇ ଥିଲେ | ତେବେ ସେହି ବହିରେ ବହୁ ମିଛ ଖବର ଓ ଫୋଟୋ ଲାଗିଥିବାର ସେ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖାଲି ସେତିକି ନୁହଁ ତାଙ୍କର କୁଆଡେ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ କେଉଁ ଏକ ଘରୋଇ ମେଡିକାଲରେ ତାଙ୍କର ପାଇନାଲ କର୍ଡ ଅପରେସନ ହୋଉ ଥିଲା ଓ ସେଥି ପାଇଁ ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୋଟି, କୋଟି ପ୍ରଣାମ ଜଣାଇ ଛନ୍ତି ବୋଲି ସେହି ବହିରେ ଲେଖା ଥିବାର ଶୁଣି ସେ ଭୀଷଣ ମର୍ମାହତ ହେବାସହ ସେ ମିଡ଼ିଆ ମାଧ୍ୟମରେ ଜଣାଇ ଛନ୍ତି ଯେ ସେ କୌଣସି ସରକାରୀ କିମ୍ବା ବେସରକାରୀ ମେଡିକାଲ ରେ କିଛି ବି ଅପାରସେନ କରିନାହାନ୍ତି ବୋଲି କହିଛନ୍ତି | ଏହା ତାଙ୍କୁ ଡ଼ାକିଥିବା ଲୋକ ଓ ସରକାରଙ୍କ ମିଛ, ମନ ଗଢ଼ା କାହାଣୀ ବୋଲି କହିଛନ୍ତି | ଏହି ଘଟଣାକୁ ଶୁଣି ବିଜେପିର ଯୁବନେତା ପ୍ରତାପ ନାୟକ ଏବଂ କବିସୂର୍ଯ୍ୟ ନଗର ଏନଏସି ର ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା ଓ ରବିଦାସ, ରାଜୀବ ବେହେରା, ପ୍ରଭାତ ପରିଡା, ପ୍ରସାଦ ପରିଡା, ପହଞ୍ଚି ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ରାଜ୍ୟ ସରକାର କିପରି ମିଛ କାମ କରି ଗରିବ ମହିଳାଙ୍କୁ ଠକୁ ଛନ୍ତି ତାର ଜ୍ୱଳନ୍ତ ଉଦାହରଣ ତ ସମସ୍ତେ ଦେଖୁଛନ୍ତି, କହିବା ସହ ଏହାଉପରେ ଭିଜିଲାନ୍ସ ତଦନ୍ତ ପାଇଁ ସେ ଦାବିକରିଛନ୍ତି | ଏପଟେ ସରସ୍ବତୀ ସେଠୀ ମଧ୍ୟ ସେ ଅପରସେନ ନହୋଇ ମଧ୍ୟ ତାଙ୍କ ନାମରେ ମିଛ ଲେଖା ବାହାରି ଥିବାରୁ ଏହାଉପରେ ବିରୋଧୀ ଦଳ ଓ ସିବିଆଇ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି |

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.