କେମିତି ହେବ ଡବଲ ଇଞ୍ଜିନ ସରକାର?

୨୦୨୪ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଆଉ ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ ନବରଙ୍ଗପୁରରେ ପହଂଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରାଯାଇଛି। ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ଆଲୋଚନା କରିଛନ୍ତି। ରାଜନାଥ ପରେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ବିଧାନସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏଥର ୪ଶହ ଆସନ ପାର, ଲକ୍ଷ୍ୟ ନେଇ ଆଗଉଥିବା ବିଜେପି, ଦେଶର ଅନ୍ୟ ରାଜ୍ୟ ପରି ଓଡିଶା ଉପରେ ବି ଫୋକସ କରିଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରକୁ ଆସିଥିବାବେଳେ ନିକଟରେ ଓଡିଶା ଗସ୍ତରେ ଆସି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦୀ ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଜଣାଇବା ସହ ଆଗାମି ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦମ୍ବୋକ୍ତି କରିଛନ୍ତି। ଓଡିଶା ଗସ୍ତରେ ଆସି ନିର୍ବାଚନ ବିଗୁଲ ବଜାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମୋଦୀ ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଗଣାଇଛନ୍ତି। ୨୦୧୪ ପୂର୍ବରୁ କଂଗ୍ରେସ ସରକାର ଓଡିଶାକୁ କେମିତି ଅବହେଳା କରୁଥିଲା ଓ ମୋଦୀ ସରକାର ଆସିବା ପରେ ଓଡିଶାକୁ କେତେ ଅନୁଦାନ ଦେଉଛନ୍ତି ତାହା କହିଛନ୍ତି। କର୍ମୀଙ୍କୁ ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜନାଥ। ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଦରକାର ବୋଲି ସେ କହିଛନ୍ତି। ଭାରତ ସୁରକ୍ଷା ଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲୁ। ବିଜେପି ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି। କଂଗ୍ରେସ କେବଳ ଧୋକା ଦେବା ଜାଣିଛି ବୋଲି ରାଜନାଥ କହିଛନ୍ତି। ଏପଟେ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ନେତା କର୍ମୀ ଦ୍ୱନ୍ଦ୍ୱରେ ଥିବାବେଳେ ରାଜନାଥଙ୍କ ଗସ୍ତ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ ଭରି ଦେଇଛି। ଆଗାମି ନିର୍ବାଚନ ଓଡିଶାରେ ବଡ ପରିବର୍ତନ ଆଣିବ ବୋଲି ଆଶା ବାନ୍ଧିଛନ୍ତି। ହେଲେ, ବିଜେପି ନେତାଙ୍କ ଦାବିକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ କିଛି କାମ ଦେବନି ବୋଲି କହିଛନ୍ତି ବିଜେଡି ବିଧାୟକ। କେବଳ ବିଜେଡି ନୁହେଁ ରାଜନାଥଙ୍କ ଦାବିକୁ ନେଇ, ପ୍ରଶ୍ନ ଉଠାଇଛି କଂଗ୍ରେସ। ବାହାସ୍ପୋଟ ମାରୁଥିବା କହି କଟାକ୍ଷ କରିଛନ୍ତି ପିସିସି ସଭାପତି। ତେବେ ଆଗାମି ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ବି ରାଜ୍ୟ ସରକାରଙ୍କୁ ନେଇ କିଛି କହିନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.