ସାନ୍ଦୁଲ୍ ଜଳ ସେଚନ ପ୍ରକଳ୍ପରେ ଅଘଟଣ: ମାଟି ଅତଡା ଖସି ଜଣେ ଶ୍ରମିକ ମୃତ, ୨ ଗୁରୁତର

ମୃତକ ଜଣକ ବାପା ଓ ଗୁରୁତର ଆହତ ହେଲେ ତାଙ୍କ ୨ ପୁଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ମାସ ୧୩ ତାରିଖରେ ଆଭାସୀ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିବା କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାଲେପାଳି ପଞ୍ଚାୟତର ଡୁଟା ଠାରେ ସାନ୍ଦୁଲ ଵ୍ୟାରେଜ୍ରେ ଆଜି (୨୭/୨ ମଙ୍ଗଳବାର) ମାଟି ଅତଡା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହେଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ପ୍ରାୟ ଦିନ ସାଢେ଼ ଦଶ ଟା ସମୟରେ ବ୍ୟାରେଜର ଗେଟ୍ କାମ ଚାଲିଥିବା ବେଳେ ଏହି କାମରେ ପାଞ୍ଚ ଜଣ ଶ୍ରମିକ ନିୟୋଜିତ ଥିଲେ । ଏହି ସମୟ ରେ ମାଟି ଅତଡା ଖସି ଯିବାରୁ ତାମିଲନାଡୁର ନିଆନ ବାଗ କୋଶଳ ଗଜ୍ (୫୩), ତାଙ୍କ ଦୁଇ ପୁଅ ସନ୍ଦୀପ ପ୍ରସାଦ କୋଶଳ ଗଜ (୨୮) ଓ ଦୀପକ୍ କୋଶଳ ଗଜ (୨୪) ମାଟି ତଳେ ଚାପି ହୋଇ ଯାଇଥିଲେ । ଅନ୍ୟ ଦୁଇ ଶ୍ରମିକଙ୍କ ଅନ୍ୟମାନଙ୍କ ସହାୟତାରେ ତିନିଜଣଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ନିଆନ୍ ବାଗ ସବା ତଳେ ଚାପି ହେଇଥିବା ଯୋଗୁଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ମ.ରାମପୁର ପୁଲିସ ଘଟଣା ସ୍ଥଳକୁ ଯାଇ ମୃତକ ଓ ଆହତଙ୍କୁ ମ.ରାମପୁର ଡାକ୍ତରଖାନା ଆଣି ଗୁରୁତର ଦୁଇ ଭାଇଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଶବ ମଧ୍ୟ ଜବତ କରି ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବା ବେଳେ ପୁଲିସ ଏସଆଇ ଶ୍ରିରାଜ୍ ପାଢ଼ୀ ଘଟଣାର ତଦନ୍ତ କରୁଥିବା ଜଣା ଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ୧୩୦ କୋଟି ଟଙ୍କାରେ ବ୍ୟାରେଜ୍ ନିର୍ମାଣ କରାଯାଇଛି ଏବଂ ୧୭୦ କୋଟି ଟଙ୍କାରେ କେନାଲ ନିର୍ମାଣ କରାଯାଇ ୫୦୦୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ ଏହି ବ୍ୟାରେଜର ନିର୍ମାଣ ହେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.