ନୂଆପଡା ବ୍ଲକରେ ସର୍ବାଧିକ ୯୯ଜଣ ନୂତନ ବାର୍ଦ୍ଧକ୍ୟ ଭତ୍ତା ଯୋଡ଼ିଲେ ଭାଲେଶ୍ୱର ସରପଞ୍ଚ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଂଚଳର ଭାଲେଶ୍ବର ଗ୍ରାମ ପଞ୍ଚାୟତରେ ଏଥର ନୂତନ ୯୯ ହିତାଧିକାରୀ ଯୋଡିହୋଇଛନ୍ତି। ସରପଞ୍ଚ ସରୋଜଦେବୀ ଅଗ୍ରୱାଲ ଯୋଗ୍ୟ ହିତାଧୂକାରୀମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ନିଜ ଖର୍ଚ୍ଚରେ ଗାଡି ସାହାଯ୍ୟରେ ନେଇ ଭୋଟର ପରିଚୟପତ୍ର ସହ ଆଧାର କାର୍ଡ ସଂଶୋଧନ କରିଥିଲେ | ପ୍ରତିମାସରେ ପ୍ରତି ୱାର୍ଡକୁ ଯାଇ ୱାର୍ଡରେ ପଞ୍ଚାୟତ କାର୍ଯ୍ୟକ୍ରମ କରି ସମସ୍ତଙ୍କ ତଥ୍ୟ ଗୋଟି ଗୋଟି କରି ସଂଗ୍ରହ କରିଥିଲେ। ବର୍ତ୍ତମାନ ଭାଲେଶ୍ୱର ପଞ୍ଚାୟତରେ ନୂଆପଡା ବ୍ଲକର ସର୍ବାଧ‌ିକ ୯୯ ଜଣଙ୍କ ଭତ୍ତା ମଞ୍ଜୁରୀ ହୋଇଛି। ସାମାଜିକ ସୁରକ୍ଷା ଯୋଜନାରୁ ଅନୁମୋଦନ ହୋଇ ଆସିବା ପରେ ଶନିବାର ଏବଂ ରବିବାର ଦୁଇ ଦିନ ଧରି ପଞ୍ଚାୟତରେ ନୂତନ ହିତାଧିକାରୀମାନଙ୍କୁ ବଣ୍ଟନ କରିଛନ୍ତି | ତେବେ ପ୍ରକାଶ ଜେ ଏହି ଭାଲେଶ୍ୱର ଗାଁଠାରୁ ମାତ୍ର କିଛି ଦୂରକୁ ଗଲେ ଛତିଶଗଡ଼ ରାଜ୍ୟର ସୀମାନ୍ତ ରହିଛି । ବିଭିନ୍ନ ସମୟରେ ଏହି ପଞ୍ଚାୟତବାସୀ ସରକାରୀ ଯୋଜନା ଗୁଡିକରୁ ବଞ୍ଚିତ ରହୁଥିଲେ | ଗତ ପଞ୍ଚାୟତିରାଜ ନିର୍ବାଚନରେ ସରୋଜ ଦେବୀ ଅଗ୍ରୱାଲ ସରପଞ୍ଚ ହୋଇଥିଲେ। ସେ ସମସ୍ତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରୁଥିବା ବେଳେ ଲୋକଙ୍କ ସୁଖଦୁଃଖରେ ଜଡିତ ହୋଇ ରହୁଛନ୍ତି। ଏହି ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନା ଭଳି ବିଭିନ୍ନ ଯୋଜନାରୁ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହୁଥିଲେ। ସରୋଜ ଦେବୀ କାର୍ଯ୍ୟରେ ଯୋଗ ଦେବା ସମୟରେ ପଞ୍ଚାୟତରେ ମାତ୍ର ୩୧୫ଜଣ ହିତାଧିକାରୀ ଭତ୍ତା ପାଉଥିଲେ। ବହୁ ହିତାଧିକାରୀ ଗରିବ ଶ୍ରେଣୀ ବୟସ୍କ ହୋଇଥିଲେ ମଧ୍ୟ ବାରମ୍ବାର ପଞ୍ଚାୟତକୁ ଦୌଡି ଦୌଡି ନୟାନ୍ତ ହେବାପରେ ଅସହାୟ ହୋଇ ପଡ଼ି ରହିଥିଲେ। | ତେବେ ସରୋଜ ଦେବି ଅଗ୍ରୱାଲଙ୍କ ଏହି ପ୍ରୟାସ ଫଳରେ ବୟସ୍କ ହିତାଧିକାରୀ ଯେଉଁମାନେ ଭତ୍ତା ପାଉ ନ ଥିଲେ ସେମାନଙ୍କ ମୁହଁରେ ହସ ଫୁଟିଛି | ଫଳରେ ହିତାକାରୀମାନେ ଖୁସି ପ୍ରକଟ କରିଛନ୍ତି । ଏଭଳି ଶ୍ରୀମତି ଅଗ୍ରୱାଲଙ୍କର ପରିଶ୍ରମ ଉପରେ ସରକାର ମୋହର ମାରିଥିବାରୁ ସେ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ତଥା ବିଡ଼ିଓ ବିପିନ ବିହାରୀ ଦୀପଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.