ଅଟୋ ସାମ୍ନାକୁ ଆସିଗଲା ଜଙ୍ଗଲୀ ବାରହା; ପାଞ୍ଚ ଆହାତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବଡ଼ ରାମ ପଲି ଗ୍ରାମରୁ ଆଜି ସମ୍ପର୍କୀୟଙ୍କ ଘରୁ ଭୋଜିଖାଇ ନିଜ ଗ୍ରାମ ଆଛୁଲିକୁ ଫେରୁଥିବା ବେଳେ ବାଗଦେବୀ ମନ୍ଦିର ପାଖରେ ଅଟୋ ଆଗକୁ ଏକ ବାରହା ଆସି ଯିବାରୁ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣା ହୋଇଥିବା ବେଳେ ସେଥିରେ ବସିଥିବା ୫ଯାତ୍ରୀ ଆହାତ ହୋଇଛନ୍ତି | ସେମାନେ ହେଲେ ସୁଦଷ୍ଟା ବେହେରା, ଧନେଶ୍ୱର ବେହେରା, ଭାରତୀ ବେହେରା, କୁମାରୀ ବେହେରା, କୃଷ୍ଣ ବେହେରା, ଗୁରୁତର ହୋଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପଛରେ ଆସୁଥିବା ସମ୍ପର୍କୀୟ ମାନେ ଘଟଣା ସ୍ଥଳରୁ ୧୦୮ କୁ ଫୋନ କରିଥିବା ବେଳେ କୌଣସି ଆମ୍ବୁଲାନ୍ସ ନ ଆସିବାରୁ ଏକ ଅଟୋ ସାହାଯ୍ୟ ରେ ସମସ୍ତ ଆହତଙ୍କୁ ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ଡାକ୍ତର ସମସ୍ତଙ୍କୁ ଚିକିତ୍ସା କରି ଥିଲେ | ସେଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରି ବା ପାଇଁ ୧୦୮ କୁ ପୁଣି ଫୋନ କରାଯାଇଥିଲା ବେକେ ଦୀର୍ଘସମୟ ଧରି ଆମ୍ବୁଲାନ୍ସ ଆସିନଥିବାରୁ ସମ୍ପର୍କୀୟ ମାନେ ଗୁରୁତର ବ୍ୟକ୍ତିଙ୍କ ଅବସ୍ଥା ପାଇଁ ଚିନ୍ତିତ ହେବାସହ ମେଡିକାଲ ଭିତରେ ପାଟିତୁଣ୍ଡ କରିଥିଲେ | ତେବେ ପୋଲିସ ମେଡିକାଲ ରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଧର୍ଯ୍ୟ ଧରିବାକୁ କହିଥିଲେ |

Udyog Nursery
Udyogi Nursery

ତେବେ ଦେଢ଼ ଘଣ୍ଟା ପରେ ତିନୋଟି ସ୍ଥାନରୁ ୩ଗୋଟି ଆମ୍ବୁଲାନ୍ସ ଆସି ଗୁରୁତର ମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ଧରି ଯାଇଥିଲେ | ତେବେ ରାଜ୍ୟ ସରକାର ସବୁ ବ୍ୟବସ୍ତା କରି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ରୂପାନ୍ତରିତ କରୁଥିଲା ବେଳେ ଆବଶ୍ୟକୀୟ ଡକ୍ଟର, ଷ୍ଟାଫ, ଓ ମେଡ଼ିସିନ ଓ ପ୍ରତେକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆମ୍ବୁଲାନ୍ସ ରଖିଥିଲେ, ହଟାତ ଦୁର୍ଘଟଣା ସମୟରେ ଏପରି ଅସୁବିଧା ହେଉ ନଥାନ୍ତା ବୋଲି ଲୋକ ମାନେ ମତ ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.