ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ପରିସରର ଠାରେ ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଟୁକୁନୀ ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ନେହେରୁ ବୁଡ଼େକ, ରିତାରାଣୀ ଥପା, ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଏଥିରେ ମହିଳା ଗୋଷ୍ଠୀ ଋଣ ଫେରସ୍ତରେ ମା ବୈଷ୍ଣଵୀ ସ୍ୱୟଂ ସହାୟିକା କୁଇକେଡ଼ା, ବିଶ୍ୱ ଜନନୀ କେରମେଲି, ଶ୍ରୀଗୁପ୍ତେଶ୍ୱର ବାବା ସଇଁତଲା , ବିଶ୍ୱ ମା ଲକ୍ଷ୍ମୀ ଡୁଙ୍ଗୁରିପାଲି , ଜନନୀ ଏସଏସଜି ଗଣ୍ଡପତ୍ରାପାଲି, ମା ଲକ୍ଷ୍ମୀ ବିବିନା, ଜଗନ୍ନାଥ ଏସଏସଜି କଅସର, ଜୟ ଜଗନ୍ନାଥ ଭଦ୍ରା, ବୁଢ଼ୀ ମା ଆମ୍ବପାଲି, ମା ଗଜଲକ୍ଷ୍ମୀ ଏସଏସଜି ଘୁନସର ସମେତ ୯୬୨ ଗୋଟି ଏସଏସଜି ମଧ୍ୟରୁ ୨୯ ଲକ୍ଷ ୧୪ ହଜାର ୨୬୮ ଟଙ୍କା ବ୍ୟାଙ୍କ ଋଣ ସୁଧ ଫେରସ୍ତ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଏଲସି ଦୁଲଣା ବାଗ ଓ ବିପିଏସିଏ ରଞ୍ଜିତ ନାଏକ ପରିଚାଳନା ସହଯୋଗ କରିଥିଲେ l ସେହିପରି ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ ଙ୍କ ତତ୍ତ୍ୱବଧାନରେ ସଇଁତଲା ପଞ୍ଚାୟତର ୨୦ ହିତାଧିକାରୀଙ୍କୁ ବର୍ଦ୍ଧିତ ଭର୍ତ୍ତା ଟଙ୍କା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଏଲସି ସୁଧାଂଶୁ ଶେଖର ବଛା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସିଡିପିଓ ସବିତା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏମବିକେ, ସିଆରପିସିଏମ, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ବିଏଲଏଫ ଓ ଜିପିଏଲଏଫ ଲିଡର ମାନେ ଉପସ୍ଥିତ ଥିଲେ l