ପଲସ ପୋଲିଓ କାର୍ଯ୍ୟକ୍ରମ ସଚେତନତା ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆଜି ଶନିବାର ଦିନ ଦିବା ୧୦ ଘଣ୍ଟା ସମୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ସଚେତନତା ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ ହେଇଯାଇଛି। କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ୟୋତିକ୍ରୀଷ୍ଣା ମାଝୀ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଏହି ରଥ କଲମପୁର ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ୫୫ ଗୋଟି ଗ୍ରାମକୁ ପରିକ୍ରମା କରି ପ୍ରଚାର ପ୍ରସାର କରିବ। କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଜନ୍ମ ରୁ ୫ ବର୍ଷର ୬୬୨୮ ଶିଶୁ ଙ୍କୁ ୬୨ ଗୋଟି ବୁଥ ଜରିଆରେ ପୋଲିଓ ଦୁଇ ବୁନ୍ଦା ପ୍ରଦାନ କରାଯିବ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଯେଉଁ ଶିଶୁ ମାନେ ୩ ତାରିଖ ରେ ବୁଥରେ ପୋଲିଓ ଔଷଧ ଖାଇନଥିବେ ସେହି ଶିଶୁ ମାନଙ୍କୁ ୪ ଓ ୫ ତାରିଖ ଦିନ ଘରଘର ଯାଇ ପୋଲିଓ ଟିମ ପୋଲିଓ ଔଷଧ ସେବନ କରାଇବେ।ଉକ୍ତ ପଲସ ପୋଲିଓ କାର୍ଯ୍ୟକ୍ରମ ସଚେତନତା ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ମୃତ୍ୟୁଞ୍ଜୟ ମହାନ୍ତି,ଡାକ୍ତର ଜ୍ୟୋତିକ୍ରୀଷ୍ଣା ମାଝୀ, ଡ଼ା ଆଶୁତୋଷ ପରିଡ଼ା,ଡ଼ା ସୋନାଲି ପଣ୍ଡା, ବିପିଏମ ପ୍ରଶାନ୍ତ କୁମାର ପାଢ଼ୀ ଙ୍କ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ଆଶାକର୍ମୀ ଉପସ୍ଥିତ ରହିଥିବା ବେଳେ କଲମପୁର ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.