ନର୍ଲାରେ ଦିନିକିଆ ସିଆରପି ତାଲିମ ଶିବିର ଅନୁଷ୍ଠିତ

୧୦୨ ଜଣ ସିଆରପି ତାଲିମ ନେଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ନୂଆ ସମ୍ମେଳନ କକ୍ଷରେ ଅନ୍ଧ ବିଶ୍ୱାସ, ବାଲ୍ୟ ବିବାହ ନିରାକରଣ, ଡିଜିଟାଲ ସିଷ୍ଟମରେ ଟଙ୍କା କାରବାର ବିଷୟରେ ସିଆରପି ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନର୍ଲା ସିଡିପିଓ ବିନୋଦିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ମିଶନ ଶକ୍ତି ନର୍ଲା ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ ସଂଯୋଜନା ଓ ପରିଚାଳନା କରିଥିଲେ। ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳଙ୍କ ସମେତ ଜିଲ୍ଲା କେଆର ଇଣ୍ଡିଆର ସଦସ୍ୟା ସୁଜାତା ଦାସ, ଓ ରଶ୍ମିତା ପାତ୍ର ମାଷ୍ଟର ଟ୍ରେନର ଭାବରେ ଶିବିରରେ ଉପସ୍ଥିତ ରହି ୧୦୨ ଜଣ ସିଆରପି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ନର୍ଲା ବ୍ଲକରେ ରହିଥିବା ୧୦୪ ଜଣ ସିଆରପି ମାନଙ୍କ ମଧ୍ୟରୁ ଶିବିରରେ ୧୦୨ ଜଣ ସିଆରପି ଉପସ୍ଥିତ ରହି ତାଲିମ ନେଇଥିବା ଜଣାପଡିଛି। ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଙ୍ଗୀତା ଭୋଇ ଓ ସମ୍ପାଦିକା ବିନ୍ଦୁଲତା ସାମଲ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେବାସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତାଲିମ ପାଇବା ପରେ ଏହି ସିଆରପି ମାନେ ସେମାନଙ୍କ ଅଧିନରେ ରହିଥିବା ମିଶନ ଶକ୍ତି ଗାଇଡ ଲାଇନରେ ପରିଚାଳିତ ନର୍ଲା ବ୍ଲକ ଅଧିନସ୍ଥ ୧୭୫୯ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ୧୭,୮୯୩ ଜଣ ମହିଳାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରି ସଚେତନତା ସୃଷ୍ଟି କରିବେ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଚାଲୁଥିବା ବାଲ୍ୟ ବିବାହ, ଗୁଣି ଗାରେଡି ସନ୍ଦେହ ଏବଂ ଡାହାଣୀ ଶୀକାର, ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାର, ଡିଜିଟାଲ ମାଧ୍ୟମରେ ହେଉଥିବା ଟଙ୍କା ଲେଣ ଦେଣ କାରବାର ଉପରେ ସିଆରପି ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି। ବିଶେଷ କରି ରାଜ୍ୟ ସରକାରଙ୍କର ଓଡିଶାରେ ମହିଳା ମାନଙ୍କର ସାମାଜିକ ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଚେତନତା ପାଇଁ ସିଆରପି ମାନଙ୍କୁ ନେଇ ଏହି ତାଲିମ ଶିବିର ଅନୁଷ୍ଠିତ ହେଉଥିବା ମିଶନ ଶକ୍ତିର ନର୍ଲା ବ୍ଲକ ସଂଯୋଜକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.