ପାଳିତ ହେଲା ଫକୀରମୋହ‌ନ ସାହିତ୍ୟ ପରିଷଦର ପ୍ରତିଷ୍ଠା ଦିବସ: ସମ୍ବର୍ଦ୍ଧିତ ହେଲେ ପୁରୁଖା ସଦସ୍ୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହ‌ନ ସାହିତ୍ୟ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ କବିତୀର୍ଥ ଶାନ୍ତିକାନନ ଠାରେ ପାଳିତ ହୋଇଯାଇଛି। ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଭଦ୍‌ଘାଟନ କରିଥିବା ବଳେ ବରେଣ୍ୟ ଅତିଥି ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଯୁଗ୍ମ ସଂପାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ପ୍ରାକ୍ ସୂଚନା ଦେଇଥିବା ବଳେ ସଂପାଦକ ଦୀପକ ବୋଷ ଆଦ୍ୟକଥନ ରଖିଥିଲେ। ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପରିଷଦର ପ୍ରାକ୍ତନ ସଭାପତି ଡକ୍ଟ ଶିରୀଶ ଚନ୍ଦ୍ର ଜେନା ଓ ସଂପାଦକ ଡାକ୍ତର କୁମାର ଗୋପାଲଙ୍କୁ ସେମାନଙ୍କର ପରିଷଦ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଏତଦ୍‍ବ୍ୟତୀତ ଦୀର୍ଘଦିନ ଧରି ପରିଷଦର ବିଭିନ୍ନ କାର୍ଯ୍ୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ବ୍ୟକ୍ତିବିଶେଷ ଭବେଶ କୁମାର ମହାପାତ୍ର, ରାଜକୁମାର ଜ୍ୟୋତିଶି, ଅଭିମନ୍ୟୁ ବୁଗୁଡ଼ି, ସନ୍ତୋଷ କମିଳା ଓ ନବକୁମାର ବେହେରାଙ୍କୁ ପରିଷଦ ଦ୍ୱାରା ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତାମାନଙ୍କ ସଂପର୍କରେ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ଓ କଲ୍ୟାଣୀ ନନ୍ଦ ନିର୍ଦ୍ଦେଶିତ ‘ପରିଷଦ ଗୀତିକା’କୁ ସ୍ନିଗ୍‌ଧା ସାମନ୍ତରାୟ, ମମତା ଦାସ, ଶାନ୍ତିଲତା ପଣ୍ଡା, ତୃପ୍ତିରାଣୀ ପାତ୍ର, ଶାନ୍ତି ବିଶି, ସୁବ୍ରତା ମହାନ୍ତି, କୃଷ୍ଣା ପ୍ରଧାନ, ପୁଷ୍ପଲତା ଚକ୍ରବର୍ତ୍ତୀ, ଅର୍ଚ୍ଚନା କର, ବିନୀତା ସାହୁ ଓ ତାନଶ୍ରୀ ପାଣିଗ୍ରାହୀ ପ୍ରମୁଖ ଗାନ କରିଥିଲେ। ତବଲାରେ ଗୁରୁ ଲକ୍ଷ୍ମୀଧର ଜେନା ସହ‌ଯୋଗ କରିଥିଲେ। ସେହିଭଳି ମହାଶ୍ଵରୀ ଦାସ ଓ ନୀତିଶ୍ରୀ ମହାନ୍ତି ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ କଣ୍ଠଶିଳ୍ପୀ ବସନ୍ତ ଦାସ ଫକୀରମୋହନ ସଙ୍ଗୀତ ଗାନ କରିଥିଲେ। ବ୍ୟଙ୍ଗକବି ପ୍ରଭାକର ସାହୁ ବ୍ୟଙ୍ଗକବିତା ପାଠ କରିଥିଲେ। ସମସ୍ତ ସାଂସ୍କୃତି କାର୍ଯକ୍ରମକୁ କୋଷାଧ୍ୟକ୍ଷ ତପନ ରାୟ ପରିଚାଳନା କରିଥିଲେ। କାର୍ଯକ୍ରମର ଶେଷ ଭାଗରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ସାରସ୍ୱତ ସାଧକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ସହ ମମତା ମାହାନ୍ତିଙ୍କର ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ ଶେଷକଥା ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଶତାଧିକ ସାହିତ୍ୟିକ ଓ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.