ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେଲେ ଶୁଚିସ୍ମିତା ପଣ୍ଡା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଚୁଲି ଗାଁର ବିନୋଦ ପଣ୍ଡା ଓ ବିରାଜିନୀ ପଣ୍ଡାଙ୍କ କନ୍ୟା ଶୁଚିସ୍ମିତା ପଣ୍ଡା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ଶୁଚିସ୍ମିତା ପ୍ରଥମ ଠାରୁ ଦଶମ ପର୍ଯ୍ୟନ୍ତ ଶାଶ୍ୱତ ଶିଶୁ ମନ୍ଦିର ଓ ଏକାଦଶ କ୍ଲାସ ତାରା ତାରିଣୀ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ତେବେ ତାଙ୍କର ଅକ୍ଲାନ୍ତ ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ ସେ ବିଶ୍ୱ ବିଦ୍ୟାଳୟର ସ୍ନାତକ ଆର୍ଟ୍ସ ବିଭାଗରେ ଟପ୍ପର ହୋଇଛନ୍ତି। ସେଥିପାଇଁ ବିଶ୍ୱ ବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଥିଲେ। ଏଥିରେ ଓଡିଶାର ମହାମହିମ ରାଜ୍ୟପାଳ, ବିଶ୍ଵବିଦ୍ୟାଳୟ କୁଳପତି ପ୍ରମୁଖ ଉପସ୍ଥିତ ଥିଲେ। ଏଥି ପାଇଁ ତାଙ୍କ ପରିବାର ସହିତ ତାରା ତାରିଣୀ ମହାବିଦ୍ୟାଳୟର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ, ଶାଶ୍ୱତ ଶିଶୁମନ୍ଦିରର ମୁଖ୍ୟ ରାମକୃଷ୍ଣ ଜେନାଙ୍କ ସହ କଲେଜର ବିଭାଗୀୟ ଅଧ୍ୟାପକ, ସମସ୍ତ ସହପାଠୀ ଓ ଅଞ୍ଚଳର ବରିଷ୍ଟ ଶିକ୍ଷାବିତମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.