ଲାଞ୍ଜିଗଡ଼ ରାଜନୀତି: ବିଧାୟକ ଟିକେଟ ଦୌଡ଼ରେ ଯୁବନେତା ଦୟାନିଧି ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ପ୍ରମୁଖ ରାଜନୈତିକ ଦଳ। ଏହାରି ଭିତରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଶାସକ ବିଜେଡ଼ି ମଧ୍ୟରେ ଅନେକ ଆଶାୟୀ ପ୍ରାର୍ଥୀ ମୁଣ୍ଡ ଟେକିଲେଣି। ସେମାନଙ୍କ ମଧ୍ୟରୁ ଜଣେ ଚର୍ଚ୍ଚିତ ଯୁବନେତା ହେଉଛନ୍ତି ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ। ଲୋକମାନଙ୍କ ସହିତ ଲୋକ ସମ୍ପର୍କ ବୃଦ୍ଧି କରିବାରେ ନିରନ୍ତର ପ୍ରଚେଷ୍ଟା କରୁଥିବା ଶ୍ରୀ ମାଝୀ ଲୋକପ୍ରିୟତାରେ ଅଧିକ ଅଗ୍ରଣୀୟ ହୋଇ ଅଞ୍ଚଳ ପାଇଁ ଚର୍ଚ୍ଚିତ ହୋଇଛନ୍ତି। ୨୦୧୭ ମସିହାରେ ଥୁଆମୂଳ ରାମପୁର ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଜୟ ଲାଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସେ ଜିଲ୍ଲା ତଥା ରାଜ୍ୟରେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ। କେବଳ ସେତିକି ନୁହେଁ ଗତ ୨୦୨୨ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତଳଆମପଦର ପଞ୍ଚାୟତରେ ନିର୍ଦ୍ୱନ୍ଦରେ ସମିତି ସଭ୍ୟ ଭାବେ ବିଜୟ ଲାଭ କରି ନିର୍ଦ୍ୱନ୍ଦରେ ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ସେ ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକ ଅଧକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ବିଜେଡ଼ି ସୁପ୍ରିମ ତଥା ରାଜ୍ୟସରକାର ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନତାଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ବିଜେଡ଼ି ଦଳରେ ବର୍ତମାନ ନେତୃତ୍ୱ ପ୍ରତି ବଢୁଥିବା ଅସନ୍ତୋଷ କାରଣରୁ, ବିଜେଡ଼ି ପ୍ରାଥୀ ବଦଳାଇବ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ବିଭିନ୍ନ ପୁରୁଣା ନେତାଙ୍କ ସହ ଦୟାନିଧି ମାଝୀଙ୍କ ସୁସମ୍ପର୍କ ତଥା ସାଙ୍ଗଠନିକ ଦକ୍ଷତା କାରଣରୁ ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳ ତାଙ୍କୁ ଟିକେଟ ଦେଇ ରଣାଙ୍ଗନକୁ ଓଲ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏଥର ବିଜେଡ଼ି ଦଳ ନୂଆଁ ମୁହଁ ଖୋଜୁଥିବା ଆକଳନ କରାଯାଉଥିବା ବେଳେ ସାଧାରଣ ନିର୍ବାଚନ ଆଉ ବେଶୀ ଦୂର ନ’ଥିବା ଯୋଗୁଁ ଏହି କଳ୍ପନା ଜଳ୍ପନାର ରାଜନୀତି କେଉଁ ମୋଡ଼ ନେବ ତାହା ସମୟ କହିବ ନିଶ୍ଚୟ। କିନ୍ତୁ ଦୟାନିଧି ମାଝିଙ୍କ ଲୋକପ୍ରିୟତା ବିଜେଡ଼ି ଦଳ ପାଇଁ ବିଜୟ ମୁକୁଟ ପିନ୍ଧାଇବ ଏବଂ ସାଧାରଣ ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟ ହାସଲ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.