ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ରବିବାର ଲଡୁଗାଁ ଶ୍ରୀ ବାଲାଜୀ ବୈରାଗୀ ଯୁବ ସମାଜର ଏକ ନୂତନ ସଂଘ ଗଠିତ ହୋଇଛି। ଏହି ସଂଘ ଆଗାମୀ ଦିନରେ ସମାଜର ବିଭିନ୍ନ କାର୍ଯ୍ୟ କରିବା, ଜନ ସଚେତନତା ସହ ଲୋକଙ୍କୁ ବିଭିନ୍ନ ସହଯୋଗ କରିବା ଆଦି ଲକ୍ଷ ରଖିଛି। ବୈଠକରେ ସୁରଞ୍ଜନ ଦାସ, ପୁର୍ବତନ ସରପଞ୍ଚ କହ୍ନାଇ ଚରଣ ଦାସ, ରବି ଦାସ, ସିଆରପିଏଫ ଯବାନ ମନୋଜ ଦାସ, ଜିତେନ୍ଦ୍ର ଦାସ, ତୁଳସୀ ପ୍ରସାଦ ଦାସ, ପ୍ରଶାନ୍ତ ଦାସ, ଅଖିଳ ଚନ୍ଦ୍ର ଦାସ, ପଙ୍କଜ ଦାସ, ଆଦିତ୍ୟ ଦାସ, କୋଦଣ୍ଡ ଦାସ ସମେତ ବହୁ ବୈରାଗୀ ଯୁବକ ଭାଇ ଉପସ୍ଥିତ ଥିଲେ।