ଛତିକୁଡା ଛକ ନିକଟରେ ଦୁର୍ଘଟଣା; ଦୁଇ ମୃତ ଜଣେ ଆହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଛତିକୁଡା ଛକରୁ ଭବାନୀପାଟଣା ଅଭିମୁଖେ ମୁଖ୍ୟ ରାସ୍ତାରେ ବଙ୍ଗଳା ବୁଲାଣି ନିକଟରେ ଆଜି ମାର୍ଚ୍ଚ ୩ ରବିବାର ଦିନ ବୋଲେରୋ ଓ ଏନଫିଲ୍ଡ ବୁଲେଟ ଗାଡି ମଧ୍ୟରେ ମୁହାଁ ମୁହିଁ ଧକ୍କା ଫଳରେ ଦୁଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବୋଲେରୋ ଚାଳକ ଗୁରୁତର ରହିଥିବା ଜଣାପଡିଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଗୋଟି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ପଠାଇଥିବା ଜଣାପଡିଛି । ଅନ୍ୟପକ୍ଷେ ଆଘାତ ପ୍ରାପ୍ତ ବୋଲେରୋ ଚାଳକ ନର୍ଲା ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଦୁର୍ଘଟଣା ଘଟିଥିବା ଧଳା ରଙ୍ଗର ବୋଲେରୋ ଗାଡି ନଂ- ଓଆର-୦୨ ବିଡବ୍ଲୁ ୧୨୯୯ ନର୍ଲାର ପ୍ରଦୀପ ଚୌଧୁରୀଙ୍କର । ସେ ନିଜେ ଗାଡି ଚଲେଇ ଭବାନୀପାଟଣାରୁ ଫେରୁଥିଲେ । କିଡିଂ ଗ୍ରାମର ଦୁଇ ଯୁବକ କପିଳାସ ରାଉତ(୨୪) ଓ ଜଗତା ଶବର(୨୫) ଏନଫିଲ୍ଡ ବୁଲେଟ ବାଇକ ନଂ- ଓଡି-୦୮ଭି୬୬୮୯ ରେ କିଡିଂ ଗ୍ରାମରୁ ଛତିକୁଡା ଦେଇ ଖଇରମାଲ ଗ୍ରାମକୁ ଯାଉଥିଲେ । ଛତିକୁଡା ଛକ ପହଞ୍ଚିବା ପୂର୍ବରୁ ବଙ୍ଗଳା ନିକଟରେ ରହିଥିବା ବୁଲାଣିରେ ବୋଲେରୋ ଗାଡି ଓ ବୁଲେଟ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଛନ୍ତି ।ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ପୁର୍ବତନ ସରପଞ୍ଚ ଟିକେଧର ସାହୁ, ପୁର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି ଓ ସ୍ଥାନୀୟ କିଛି ଯୁବକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ପୋଲିସକୁ ସହଯୋଗ କରିଥିଲେ । ଅନ୍ୟପକ୍ଷରେ ବୋଲେରୋ ଚାଳକ ପ୍ରଦୀପ ଚୌଧୁରୀଙ୍କ କହିବାନୁଯାୟୀ ମୁଁ ତ ୫୦ ସ୍ପିଡରେ ଗାଡି ଚଲାଉଥିଲି । ମୋର ସମ୍ମୁଖ ପଟୁ ଦୁଇ ବାଇକ ଚାଳକ ବାଁ ପଟେ ଯାଉଥିଲେ । ହଠାତ ଏତେ କ୍ଷୀପ୍ର ଗତିରେ ଡାହାଣ ପଟେ ମାଡି ଆସିଲେ ଯେ ମୁଁ ରାସ୍ତା କଡକୁ ଗାଡି ନେଇଯିବା ସତ୍ୱେ ସେମାନେ ଆସି ବହୁତ ଯୋରରେ ମୋ ଗାଡ଼ିରେ ପିଟି ହେଲେ । ହେଲେ ବୋଲେରୋ ସାମନା ବୋରନଟ ଉପରେ ବାଇକ ଚାଳକ ମୃତ ଅବସ୍ଥାରେ ପଡିଥିବା ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ରହିଥିଲା ତାହା ସହଜେ ଅନୁମେୟ । ବୋଲେରୋ ଚାଳକ ଆଘାତ ପ୍ରାପ୍ତ ଶ୍ରୀ ଚୌଧୁରୀ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.