ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଅପରାହ୍ନ କବିତା ସମ୍ମାନର ୧୪ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଜୟଦେବ ଭବନରେ ମୁଖ୍ୟ ସମ୍ପାଦକ ବଂଶୀଧର ଜେନାଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବରେ ରବିନାରାୟଣ ସେନାପତି, ମୁଖ୍ୟ ବକ୍ତା ଭାବେ ଡ. ପ୍ରତିଭା ମହାରଥୀ, ସମ୍ମାନୀୟ ଅତିଥି ଭାବେ ପିନାକୀ ମିଶ୍ର ତଥା ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ସମେତ ଅନେକ ସାରସ୍ଵତ ସାଧକ, କବି, ଲେଖକ, କଳାକାର, ଗବେଷକ, ସମାଜସେବୀ ଆଦି ବହୁ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଭାଗୀରଥି ସାଗରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ‘ଅପରାହ୍ନ କବିତା ସମ୍ମାନ’ରେ ଭୂଷିତ କରାଯାଇଥିଲା। ଏଣୁ ଅନେକ ପ୍ରଶଂସକ କବି ସାଗରଙ୍କୁ ପ୍ରଶଂସା ବାର୍ତ୍ତା ପଠାଉଛନ୍ତି।