ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ସହର ମହକୁମା ସ୍ଥିତ ରେଭେନ୍ୟୁ କଲୋନୀ ଠାରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ଭବନର ଭୂମି ପୂଜନ କରି ଶିଳାନ୍ୟାଶ କରିଛନ୍ତି ଓଡିଶା ସରକାରଙ୍କ କେବିନଟ ପାହ୍ୟା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ | ଜାନ ସଭାପତି ଘନଶ୍ୟାମ ଭୋଇଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଢୋଲକିଆଙ୍କ ସହିତ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ନୂଆପଡା ଏନ ଏ ସି ଅଧକ୍ଷ ମହମ୍ମଦ ଆଦମ, ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ | ତେବେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଙ୍କ କରକାମଳରେ ଜାନ ଭବନର ଭୂମି ପୂଜନ ହୋଇ କୋଠାଘର ନିର୍ମାଣର ଶିଳାନ୍ୟାଶ କରାଯାଇଥିଲା | ୫-ଟି ଅଧକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ଗ୍ରସ୍ତ ସମୟରେ ଏକ ଜାନ ଭବନ ନିର୍ମାଣ ପାଇଁ ଆବେଦନ କରାଯାଇଥିଲା | ତେବେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିରୁ ୫ ଲକ୍ଷ୍ ଟଙ୍କା ଏଥି ପାଇଁ ମଂଜୁର ହୋଇ ଆସିଛି | ଏହି ଭବନ ନିର୍ମାଣ ପାଇଁ ବ୍ଲକ ଅଧକ୍ଷା ଓ ଏନ ଏ ସି ଅଧକ୍ଷ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ମନ୍ତ୍ରୀ ଏହି ଜାନ ଭବନକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ନିର୍ଦେଶ ଦେଇ କୋଠାଘର ସମ୍ପୂର୍ଣ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ | ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାନ ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ମାୟାଧର ସରାଫ, ଆଦିତ୍ୟ ମହୁଉତି, ଯୋଗେଶ୍ୱର ସାଗରିଆ, ସରୋଜ ଦାଶ, ସଂଜୀବ ପାଣିଗ୍ରାହୀ, ଅଶ୍ୱିନୀ ପାଣିଗ୍ରାହୀ, ରତନ କେତକୀ, ରାହୁଲ ବାଗ, ସନ୍ତୋଷ ଦଣ୍ଡସେନା, ରବି ଠେଲା, ଚେତୁ ପ୍ରଧାନୀ, ମୁକେଶ ସାହୁ, ରାକେଶ ଶର୍ମା, ଦିଲୀପ ପଣ୍ଡା, ନାଟ ବାଗ, ସତ୍ୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.