ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଦେପୁର ନିକଟରେ ଭୁଶୁଡିଲା ମୁଖ୍ୟ କେନାଲ I ୨୦ ଫୁଟର ଘାଇ ହେବା ଫଳରେ ଜଳମଗ୍ନ ହୋଇଛି ଦେପୁର ଗାଁ । ରାସ୍ତା ଉପରେ ଚାଲିଥିଲା ୫ ଫୁଟ ପାଣି । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡି ହଜାର ହଜାର ଚାଷ ଜମି ଜଳ ମଗ୍ନ ହୋଇଛି । କଲମପୁର ଜୁନାଗଡ ରାସ୍ତା ବିଚ୍ଛିନ୍ନ ହୋଇଥିଲା । ତେବେ ପୂର୍ବରୁ ଥୂବା ଏକ ଗାତ ରେ ପାଣି ପଶିବା ସହ ଶେଷରେ ବଡ଼ ଗାତ ହୋଇଛି। ରାତିରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭାଙ୍ଗି ଯିବା ଫଳରେ, ପାଣି ଘର ଭିତରେ ,ରାସ୍ତା ଉପରେ, ଚାଷଜମି ଉପରେ ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ଦେଖାଦେଇଛି। ରାତିରେ ହୋଇଥିବା ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସବୁଆଡେ ଅଚାନକ ପାଣି ମାଡ଼ିଯିବା ଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମର ଲୋକେ ଓ କ୍ଷତିଗ୍ରସ୍ତ ଚାଷୀ ଦାବୀ କରୁଛନ୍ତି।