ଦିଗବିଜୟୀ ବିଜୟାନନ୍ଦ

ଓଡିଶାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଗରୁ ରସୁଲକୋଣ୍ଡା (ନୂଆଗାଁ) ନାମରେ ଖ୍ୟାତ ଥିଲା । ସେହି ଅଞ୍ଚଳ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ନାରାୟଣ ଥିଲେ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ସନ୍ତାନ। ସେମାନେ ଥିଲେ ନଅ ଭାଇ ଓ ନଅ ଭଉଣୀ। ସେହି ସମୟ ଥାଏ ୧୮୬୫ ମସିହା ମରୁଡିର କରାଳ ରୂପ ଏହି ବର୍ଷ ମୌସୁମି ଅଳ୍ପ ହୋଇ ଅଦିନ ରେ ସରି ଯାଇଥିଲା। ମରୁଡି ର ଶେଷ ଅବସ୍ଥା ଏବଂ ନଅଙ୍କ ଦୁର୍ଭିକ୍ଷର ଆଦ୍ୟ ସମୟ ଯାହା କହିବାକୁ ଗଲେ ବୋଝ ଉପରେ ନଲିତାବିଡା। ପ୍ରକୃତିର ଏହି କରାଳ ରୂପରେ କେବଳ ଓଡିଶା ନୁହେ ସମଗ୍ର ଭାରତ ବର୍ଷ ଭାଙ୍ଗିପଡିଥାଏ। ଅନଟ ଅଭାବ ଦେଇ ଓଡିଶାର ଜନସାଧାରଣ ଜୀବନ ବଞ୍ଚାଇବା ପାଇଁ ଅଖାଦ଼୍ୟ ଖାଇବା ପାଇଁ ମଧ୍ଯ ନିଜକୁ ପଛଘୁଂଚା ଦେଇନଥିଲେ । ଯାହା ଫଳରେ କଲେରା ଓ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ଯୁବରଣ କରିଥିଲେ। ଓଡିଶାରେ ଏହାର ପ୍ରଭାବ ଅଧିକ ଥିବାରୁ ଓଡିଶାର ଏକ ତୃତୀୟାଂଶ ଲୋକ ବା ଏକ ନିୟୁତ ଲୋକ ନଅଙ୍କ ଦୁର୍ଭିକ୍ଷର ସମ୍ମୁଖିନ ହୋଇଥିଲେ। ଏତେ ବଡ ପରିବାରରେ ଚଳିବା କାଠକର ପାଠ ହୋଇ ପଡିଲା ଶେଷରେ ସେ ମନରେ ସ୍ଥିର କଲେ ଯେ ସେ ପାରଳାଖେମଣ୍ଡି ରାଜାଙ୍କ ନିକଟରେ ଚାକିରି କରିବା ପାଇଁ। ପରିଶେଷରେ ସେ ୧୮୮୬ ମସିହାରେ ମାଡ୍ରାସ ଖ୍ରୀଷ୍ଟିଆନ୍ କଲେଜ ରୁ ବି.ଏ ପାଶ୍ କରି ପାରଳାଖେମୁଣ୍ଡି ମହାରାଜାଙ୍କ ପାଖରେ ପାଖରେ ଚାକିରିଟିଏ କରିବା ପାଇଁ ଆବେଦନ କରିଥିଲେ।

Omkar Vasthu
Omkar Vasthu

ଦିନଟି ଥିଲା ମାର୍ଚ ମାସ ୦୫ତାରିଖ, ୧୯୧୬ ମସିହାରେ ତୁଳସୀପୁର କଟକ ଠାରେ ଏକ ନୂତନ ସକାଳ ଉଦୟ ହୋଇଥିଲା। ଓଡିଶା ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବା ପାଇଁ ଏକ ତେଜସ୍ୱୀ କ୍ଷଣଜନ୍ମା ବହୁକୀର୍ତ୍ତି ର ଅଧିକାରୀ , ଜନପ୍ରିୟ-ଜନନେତା, ଛତ୍ରଚାମର, ରାଜଚକ୍ରବର୍ତ୍ତୀ, କୀର୍ତ୍ତିମାନ, ଯଶଶାଳୀ, ଉଛାଭିଳାଷି, ଦୁଃସାହାସୀ, ପରିଶ୍ରମୀ, ଦିଗବିଜୟୀ, ସରଳ, ଦୟାବାନ, କୁଳପ୍ରଦୀପ, ସ୍ଵାଭିମାନୀ ତେଜୋବନ୍ତ ପୁରୁଷ ମାତୃଗର୍ଭରୁ ନୂତନ ଆଲୋକ ପାଇ ଭୂମି ସ୍ପର୍ଶ କରିଥାଆନ୍ତିା ପ୍ରତିଦିନ ସକାଳ ପରି ଲକ୍ଷ୍ମୀନାରାୟନ ବାବୁ ଭୋର ରୁ ଯାଇ ମହାନଦୀ କୂଳରେ ଭ୍ରମଣ କରୁଥାଆନ୍ତି କିନ୍ତୁ ମନରେ ଥାଏ ଘରେ ସହଧର୍ମିଣୀ ଆଶାଲତା ଦେବୀ ଆସନ୍ନ- ପ୍ରସବା। ମନ ଭିତରେ ଘୋର ଉତ୍କଣ୍ଠା ସୂର୍ଯ୍ୟଙ୍କର ଲୋହିତ ଆଭା ମୁକୁଳି ଆସୁଛି ପୂର୍ବ ଦିଗରୁ କେହି ଜଣେ ମହାନଦୀ ର ଗର୍ଭ ଦେଶରୁ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କ ଉଦ୍ଧେଶ୍ୟରେ ପାଣିଟେକି ମନ୍ତ୍ର ଉଛାରଣ କରୁଅଛି ” ଓଁ ଜବାକୁସୁମ ସଂକାଶଂ କାଶ୍ୟପେୟଂ ମହାଦ୍ୟୁତିମ୍”।

Pearl dental clinic
Near Ashish Medical Store, Bhawanipatna

ଲକ୍ଷ୍ମୀନାରାୟଣ ବାବୁ ପୂର୍ବରୁ ଦୁଇଟି ସନ୍ତାନର ପିତା ହୋଇସାରିଥିଲେ ମଧ୍ୟ ତୃତୀୟ ସନ୍ତାନ ଅପେକ୍ଷାରେ ବହୁ ଚିନ୍ତିତ ଓ ବିଚଳିତ ହୋଇ ପଡୁଥିଲେ। ପୁଅ ହେଉ ବା ଝିଅ ତାଙ୍କ ସବୁ ସମାନ । କେବଳ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ଯେ ଆଶାଲତା ଦେବୀ କେମିତି ଶୀଘ୍ର କଷ୍ଟରୁ ମୁକ୍ତି ପାଆନ୍ତୁ। ଏହି ସମୟରେ ଦେଖିଲେ କେହି ଜଣେ ପରିଚିତ ବ୍ୟକ୍ତି ପାଖକୁ ଦୈାଡି ଆସୁଛି ଏବଂ କହିବାକୁ ଲାଗିଲା ଲକ୍ଷ୍ମୀବାବୁ ଆପଣଙ୍କ ପୁଅ ହୋଇଛି। ପୂର୍ବ ଦିଗକୁ ଚାହିଁ ପୁଣିଥରେ ହାତ ଟେକିଲେ ଲକ୍ଷ୍ମୀନାରାୟଣ ବାବୁ। ପୁଅ ହୋଇଛି ଖୁସି ର ବିଷୟ ଝିଅ ହୋଇଥିଲେ ମଧ୍ୟ ଆପତ୍ତି ନଥିଲା। ସବୁଠାରୁ ବଡକଥା ହେଲା ଆଶାଲତା ଦେବୀ ବିପଦମୁକ୍ତ ହୋଇଛନ୍ତି।‌ ଲକ୍ଷ୍ମୀନାରାୟଣ ବାବୁ ଏହି ଖୁସି ଖବରରେ ବିମୋହିତ ହୋଇ ଘରୋଇ ପୁରୋହିତ ସୁନାକର ନନାଙ୍କୁ ଆର୍ଶୀବାଦ ଦେବା ପାଇଁ ପୁରୋହିତଙ୍କୁ ଘରକୁ ଡକାଇଲେ। ଲକ୍ଷ୍ମୀନାରାୟଣ ବାବୁଙ୍କ ଅନୁରୋଧ ରକ୍ଷାକରି ଘରୋଇ ପୁରୋହିତ ସୁନାକର ନନା ତାଳପତ୍ର ର ଜାତକ ଧରି ଲକ୍ଷ୍ମୀନାରାୟଣ ବାବୁଙ୍କ ଘରେ ଉପସ୍ଥିତ ହେଲେ ଏବଂ ନବଜାତ ଶିଶୁ ର ମୁଖଃ କୁ ଚାହିଁ ଆଶୀର୍ବାଦ କରିବାକୁ ଯାଇ କହିଲେ ମଦନ ପରି ସୁନ୍ଦର, ସୂର୍ଯ୍ୟଙ୍କ ପରି ତେଜବନ୍ତ ଓ ଉଜ୍ଵଳ ହେଉ,ଯୁଗ ଯୁଗ କୁ ଯଶ ରଖିଥାଉ। ଏହି ଶିଶୁ ଦିନେ ଆପଣଙ୍କ ପରି ସ୍ଵାଭିମାନୀ ଓ ସାହାସୀ ହେବ।

Udyog Nursery
Udyogi Nursery

ଜାତକ ପ୍ରତି ବିଶ୍ଵାସ ବା ଆଗ୍ରହ ନଥିଲା ଲକ୍ଷ୍ମୀ ନାରାୟଣ ବାବୁଙ୍କର କାରଣ ତାଙ୍କ ଜୀବନରେ ସେ ଅନେକ ଦୁଃଖ, ଦୁର୍ଦ୍ଦଶାଗ୍ରସ୍ଥ ଏବଂ ଅଭାବ ଅନାଟନା ର ପଥ ଦେଇ ଗଞ୍ଜାମ ର ରସୁଲକୋଣ୍ଡା ରୁ କଟକ ର ତୁଳସୀପୁର ରେ ପହଁଚିଛନ୍ତି। ଏହି ଅଭାବ ଅନଟନ ପାଇଁ ସେ ନିଜର ସମସ୍ତ ଆତ୍ମୀୟଙ୍କ ଠାରୁ ଆଜି ବହୁ ଦୂରରେ। ଓଡିଶା ର ଏକମାତ୍ର ବ୍ୟକ୍ତିତ୍ୟ ପାରଳାମହାରଜାଙ୍କ ଠାରୁ ଆଇ.ସି.ଏସ୍. ଟ୍ରେନିଙ୍ଗ ପାଇଁ ଚୟନ ହୋଇଥିଲେ ମଧ୍ଯ ନିଜ ଭାଗ୍ୟ ବିଡମ୍ୱନାରୁ ଜାଲ ସାର୍ଟିଫିକେଟ୍ ପାଇଁ ତାଙ୍କୁ ଅପଦସ୍ତ ହେବାକୁ ପଡିଥିଲା । ସେବେ ଠାରୁ ସେ ଜାତକ ଓ ଭାଗ୍ୟ ଉପରେ ବିଶ୍ଵାସ କରୁ ନଥିଲେ କିନ୍ତୁ ପୁରୋହିତ ସୁନାକର ନନାଙ୍କ ଶେଷ ତିନୋଟି ଶବ୍ଦ ଶୁଣୁଶୁଣୁ ସେ ଅନୁରକ୍ତ ହୋଇପଡିଲେ। ସେ ବିସ୍ମୟ ଶବ୍ଦ ତିନୋଟି ହେଉଛି – କ୍ଷଣାଜନ୍ମା, ବହୁକୀର୍ତ୍ତି ଅଧିକାରୀ, ଜନପ୍ରିୟ-ଜନନେତା। ନନାଙ୍କ ଠାରୁ ଏକଥା ଶୁଣି ଲକ୍ଷ୍ମୀ ନାରାୟଣ ବାବୁ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଭାବ-ବିହୁଳ ହୋଇ ନନାଙ୍କ ମୁହଁ କୁ ଚାହିଁଲେ। ତାଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇ ଗୁଞ୍ଜରଣ ସୃଷ୍ଟି ହେବାକୁ ଲାଗିଲା ସତରେ ମୋର ପୁଅ କଣ ଏହି ତିନି ଗୁଣ ର ଅଧିକାରୀ ହୋଇ ପାରିବ ଏହି କଥା ଭାବି ଭାବି ତାଙ୍କ ଆଖି ରୁ ଦୁଇଟୋପା ଲୁହ ଖସି ପଡିଲା। ସେ ନିଜର ଖୁସି କୁ ରୋକି ପାରିଲେ ନାହିଁ କହିବାକୁ ଲାଗିଲେ ଆପଣଙ୍କ ତୁଣ୍ଡ ସୁ ତୁଣ୍ଡ ହେଉ ପୁରୋହିତେ।

ତୁମେ ମୋ ପୁଅ କୁ ଆର୍ଶୀବାଦ କର , କଲ୍ୟାଣକର ତୁମ କଥା ସତ ହେଉ ମୋ ପୁତ୍ର କ୍ଷଣାଜନ୍ମା, ବହୁକୀର୍ତ୍ତି ର ଅଧିକାରୀ ଓ ଜନପ୍ରିୟ ଜନନେତା ହୋଇ ଏହି ଉତ୍କଳ ଭୂମିରେ ଏକ ନୂତନ ସକାଳ କିରଣ ବୁଣିଦେଉ। କୋଟି ଓଡିଆଙ୍କ ପରାଧିନ ମାଟିରେ ସ୍ଵାଧିନତା ର ଶସ୍ୟ ବୁଣିଦେଉ। ପୁରୋହିତ ସୁନାକର ନନା ଆଶୀର୍ବାଦ ଦେଇ ସେଠାରୁ ନିଜର ଉପହାର ଗ୍ରହଣ କରି ପ୍ରତ୍ୟାଗମଣ କରିଥିଲେ।

ପରିଶେଷରେ ସମ୍ପୂର୍ଣ୍ଣରୂପେ ଜାତକଟି ପଢି କଣ ମନ ହେଲା। କେଜାଣି ସେ ହସି ଦେଇଥିଲେ ଟିକେ ଘର ଭିତରକୁ ଯାଇ ସେହି ଭଲି ହସି ହସି ଜାତକଟି ବଢାଇ ଦେଇଥିଲେ । ଆଶାଲତାଙ୍କ ହାତକୁ ଏବଂ ମୁରୁକି ହସି ଦେଇ କହିଲେ ଆମ ପୁଅ ଦିନେ ବହୁକିର୍ତ୍ତୀର ଅଧିକାରୀ ଏବଂ ଜଣେ ଜନପ୍ରିୟ- ଜନନେତା ହୋଇ କଳିଙ୍ଗ ଭୂମିରେ ଆମକୁ ପରିଚିତ କରାଇବ।

ପାରଳାଖେମଣ୍ଡି ରାଜା ଏହି ଯୁବକର ବିଚକ୍ଷଣ ଜ୍ଞାନରେ ମୁଗ୍ଧ ହୋଇ ଲକ୍ଷ୍ମୀନାରାୟଣ ବାବୁଙ୍କୁ ଆଇ.ସି.ଏସ୍ . ଟ୍ରେନିଂ ପାଇଁ ବିଲାତ ପଠାଇବା ପାଇଁ ବନ୍ଦୋବସ୍ତ କଲେ। ହେଲେ ଜଣେ ବନ୍ଧୁ ଠକାମି କରି ତାଙ୍କର ଜନ୍ମ ତାରିଖ ବଦଳାଇ ଦେବାରୁ ସେ ସେଥିରୁ ବଞ୍ଚିତ ହୋଇ ଗୋଟିଏ ଦିନ ଜେଲ୍ ଭୋଗ କଲେ। ଏହା ପରେ ସେ ଚାକିରୀ ଉଦ୍ଧେଶ୍ୟରେ ଭଞ୍ଜନଗରରୁ କଟକ ବାହାରି ପଡିଲେ। ମାତ୍ର ଜଙ୍ଗଲ ରାସ୍ତାରେ ଶଗଡ ଗାଡିରେ ଆସୁଥିବା ସମୟରେ ବାଟ ଭୂଲିଯାଇ ପହଁଚିଗଲେ ସମ୍ବଲପୁରରେ । ସେ ସେଠାରେ ସିଭିଲ୍ କୋର୍ଟରେ ମାସିକ ୨୦ଟଙ୍କା ବେତନରେ କିରାଣୀ ଚାକିରୀ ପାଇଗଲେ। ନିଜର ଯୋଗ୍ୟତା ବଳରେ ସେ କ୍ରମେ କିରାଣୀରୁ ମୁନସିଫ୍ ହୋଇଗଲେ ଓ ପରେ କଟକ ବଦଳି ହୋଇ ଚାଲି ଆସିଥିଲେ। ସେ ଚିଟାଗଞ୍ଜ ସ୍ଥିତ ଏକ ସ୍ଵାଧିନତା ସଂଗ୍ରାମୀ ପରିବାର କନ୍ଯା ଆଶାଲତା ଦେବୀଙ୍କୁ ବିବାହ କରିଥିଲେ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.