ଲାଞ୍ଜିଗଡ଼ ପଞ୍ଚାୟତ ସମିତି ବୈଠକ: ପାନୀୟ ଜଳ ଯୋଗାଣ ଓ ଅଂଶୁଘାତ ମୁକାବିଲା ଉପରେ ଗୁରୁତ୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ରମ, ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ବିଷୟ ଓ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ। ପ୍ରଥମେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ରଙ୍କ ସ୍ଵାଗତ ଭାଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଜିପିଓ ପ୍ରଦୀପ ଠାକୁର ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଏଥିରେ ପାନୀୟଜଳ ଯୋଗାଣ ଓ ଅଂଶୁଘାତ ମୁକାବିଲା ଉପରେ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପଞ୍ଚାୟତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶେଷ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସୁଚିନ୍ତିତ ମତାମତ ଦେଇଥିଲେ। ବୈଠକରେ ଗ୍ରାମୀଣ ଆବାସ ବିଭାଗ,ମନରେଗା ବିଭାଗ,ଶିକ୍ଷା ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ପାନୀୟ ଜଳ ଓ ପରିମଳ ବିଭାଗ,ଜଙ୍ଗଲ ଓ ପରିବେଶ,କୃଷି ବିଭାଗ,ପ୍ରାଣୀସମ୍ପଦ,ଶିଶୁ ବିକାଶ,ଓଡ଼ିଶା ଜୀବିକା ମିଶନ,ସାଧାରଣ ବଣ୍ଟନ,ସାମାଜିକ ସୁରକ୍ଷା,ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଭାଗରେ ରହିଥିବା ଯୋଜନା ଗୁଡ଼ିକ ଓ ଏହାର ସମସ୍ୟା ଉପରେ ଉପସ୍ଥାପନ କରିଥିଲେ। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.