କୋଟୋଢି ଠାରେ ପୋଲିସର ଜନ ସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନର୍ଲା ଥାନା ଅନ୍ତର୍ଗତ ସିକେରକୁପା ଫାଣ୍ଡି ଅଧିନସ୍ଥ ଭୁର୍ଟିଗଡ଼ ଗ୍ରାମ ପଞ୍ଚାୟତର କୋଟୋଢି ଠାରେ ପୁଲିସ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ଏହି ପୁଲିସ ଜନସଂପର୍କ ଶିବିରରେ କୋଟୋଢି ସମେତ ଖାଇଚୁଆ, ସିରିଗାଁ, ମେଡିକୁପା, ପାଲକି, ମହିନାଲ, କାଦୋମସ୍କା, ତଥା ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ। ନର୍ଲା ଥାନା ଅଧିକାରୀ ମମତା ପାଣିଗ୍ରାହୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୂଖ୍ୟ ଅତିଥି ଭାବେ କେସିଙ୍ଗା ଏସଡିପିଓ ବିନୋଦ ପାଟିଲ,ଏସି ଶ୍ରୀକାନ୍ତ କୁମାର ବେହେରା,ଆର ଆଇ ସୁରେଶ କୁମାର ବିଆର ସିଂ,ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ଶିବିରରେ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିଥିଲେ । ଏହିି ଅବସରରେ ପୁଲିସ ବିଭାଗ ତଥା ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଲିବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଭଲିବଲ୍ ମ୍ୟାଚ ରେ ବିଜେତା ଓ ଉପ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଜତିନ୍ଦ୍ର, କୁମାର ଦ୍ରୋଣ ମଞ୍ଚ ପରିଚାଳନା କରି ଥିବାବେଳେ ପରିଚାଳନା ରେ ତୀର୍ଥ ମାଝୀ, ବଳରାମ, ବୈଷ୍ଣବ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଉପସ୍ଥିତ ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.