କାଠଘରା ଆଶ୍ରମ ସ୍କୁଲର ପ୍ରଥମ ବାର୍ଷିକୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର କାଠଘରା ଆଶ୍ରମ ସ୍କୁଲରେ ପାଳିତ ହୋଇଯାଇଛି ପ୍ରଥମ ବାର୍ଷିକ ଉତ୍ସବ। ୧୯୯୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ଏ ହେଉଛି ପ୍ରଥମ ବାର୍ଷିକୋତ୍ସବ।ବିଦ୍ୟାଳୟ ସ୍ଥାପନାର ଦୀର୍ଘ ୩ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା,ସମ୍ମାନିତ ଅତିଥି ଭାବେ ଶିକ୍ଷା ମଣ୍ଡଳାଧିଶ କମଳାକାନ୍ତ ପ୍ରହରାଜ,ସ୍ଥାନୀୟ ଗୁଣପୁର ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ,ପ୍ରଧାନ ଶିକ୍ଷକ ଅଧମୁଣ୍ଡା ହାଇସ୍କୁଲ ସତୃଜିତ ପତି,ସି.ଆର୍.ସି.ସି. ଶ୍ରୀ ଅଜିତ କୁମାର ନାୟକ, ପ୍ରଧାନ ଶିକ୍ଷକ ଗୁଣପୁର ହାଇସ୍କୁଲ ତ୍ରୈଲୋକ୍ୟ ନାଥ ବିଷୋଇ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଞ୍ଚଳ ମାଝୀ ପ୍ରମୁଖ ଅତିଥିଗଣ ମଞ୍ଚାସୀନ ଥିଲେ।ଆମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରାଯାଇଥିଲା।  ଏହାପରେ ଅତିଥି ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଏଥି ପୁର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.