ମାଣ୍ଡେଲ ଓ ପୁଜିପଦର ଗାଁର ମୁଗ ଚାଷ କ୍ଷେତ୍ର ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶର ଏକ ସୁନାମଧନ୍ୟ କମ୍ପାନୀ ‘ଏକ୍ରିସିଏଟ’ ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଓ ପୁଜିପଦର ଗ୍ରାମର ମୁଗ ଚାଷ କ୍ଷେତ୍ର ପ୍ରଦର୍ଶନ କରାଯାଇଛି। ଚଳିତ ବର୍ଷର ମୁଗ ଚାଷ ପାଇଁ ଏହି ଦୁଇ ଖଣ୍ଡ ଗାଁର ଚାଷୀମାନଙ୍କୁ ଏକ୍ରିସିଏଟ କମ୍ପାନୀ ପକ୍ଷରୁ ମୁଗ ବିହନ ଓ ବୈଷୟିକ ସହାୟତା ଯୋଗାଇ ଦିଆ ଯାଇଥିଲା। ଚାଷୀମାନେ ଏହାର ସଦୁପଯୋଗ କରି ଶହ ଶହ କ୍ୟୁଣ୍ଟାଲ ମୁଗ ଉତ୍ପାଦନ କରି ପାରିଛନ୍ତି। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ସ୍ଥାନୀୟ ଗ୍ରାମ୍ୟ କୃଷି କର୍ମଚାରୀ କେମନ୍ତ ସାହୁଙ୍କ ଉପସ୍ଥିତରେ ଏକ୍ରିସିଏଟ କମ୍ପାନୀର ଏସୋସିଏଟ ମ୍ୟାନେଜର ଅମ୍ରିତ ପାଳ,  ଆଇସିଆରଆଇଏସଏଟି କବିତା, ସ୍କିମ ଅଫିସର ଓ/ଓ ସିଡିଏଓ କଳାହାଣ୍ଡି ମନୋରଞ୍ଜନ, ଏସଏସଏସଓ ଆଇସିଆରଆଇଏସଏଟି ପ୍ରଦୀପ କୁମାର ସେଠୀ, ଲୋକସେବକ ସେକ୍ରେଟାରୀ ଅଜିତ ପ୍ରସାଦ ମହାନ୍ତି ପ୍ରମୁଖ ମୁଗ ଚାଷ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିବାସହ ସଫଳ ଚାଷ ପାଇଁ ଚାଷୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ଷେତ୍ର ପ୍ରଦର୍ଶନ ସମୟରେ ଚେରୁ ଛୁରିଆ, ବିଜୟ ଛୁରିଆ, ମାର୍କଣ୍ଡ ଜାଲଙ୍କ ସମେତ ମାଣ୍ଡେଲ ଓ ପୁଜିପଦର ଗ୍ରାମର ଅନେକ ଚାଷୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.