ଆଜି ଅନ୍ତର୍ଜାତୀୟ ଯୋଗ ଦିବସ
ଜୁନ ମାସ ୨୧ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଏହାକୁ ଭାରତ ସହିତ ବିଶ୍ୱର ଅଧିକାଂଶ ଦେଶରେ ପାଳନ କରାଯାଇଥାଏ। ପ୍ରଥମଥର ଅନ୍ତର୍ଜାତୀୟ ଯୋଗ ଦିବସ ୨୦୧୫ ମସିହା ଜୁନ ମାସ ୨୧ତରିଖରେ ପାଳନ କରାଯାଇଥିଲ। ଜାତିସଂଘ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଥିଲା।

ଯୋଗ ଦ୍ୱାରା ଅସମ୍ଭବକୁ ସମ୍ଭବ କରିହେବ, ଯୋଗ ଦ୍ୱାରା ମନୁଷ୍ୟ ଦୀର୍ଘଜୀବୀ ହୋଇପାରିବ । ଆଦିମ କାଳରେ ମୁନିଋଷିମାନେ ୟୋଗଦ୍ୱାରା ନିଜକୁ ଓ ସଂସାରକୁ ମଧ୍ୟ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହେଉଥିଲେ । ପୁରାଣରେ ଏହାର ପ୍ରମାଣ ଅଛି । ସେଥିପାଇଁ ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଜାତିସଂଘର ଯୋଗ ଦିବସ ପାଳନପାଇଁ ପ୍ରସ୍ତାବ ରଖିଥିଲେ । ଜାତିସଂଘ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବକ୍ତବ୍ୟକୁ ହୃଦୟଙ୍ଗମ କରିଥିଲେ ।

ମୋଦିଙ୍କର ଯୋଗ ବିଷୟରେ ଉଚ୍ଚକୋଟୀର ବକ୍ତବ୍ୟ ସମୂହ ସଦସ୍ୟ ମାନଙ୍କୁ ପ୍ରଭାବିତ କରିଥିଲା । ତେଣୁ ଏହାର ପରବର୍ଷ ଅର୍ଥାତ ୨୦୧୫ ମସିହା ଜୁନ ୨୧ ତାରିଖକୁ ସାରା ବିଶ୍ଵ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିଥିଲା । ସେହିଦିନଠାରୁ ପ୍ରତିବର୍ଷ ଆବାଳ ବୃଦ୍ଧ ବନିତା ଏହି ଦିବସରେ ନିଜକୁ ଫିଟ ରଖିବାପାଇଁ ଯୋଗ କରିଥାନ୍ତି ।
Advt.

ହ୍ଵାଟ୍ସଆପରେ ଶେଷତମ ଖବର ଓ ବିଚାର ଏଲର୍ଟ ପାଇବାକୁ ଏଠି କ୍ଲିକ୍ କରନ୍ତୁ






