କଳାହାଣ୍ଡିର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ

ଜାଗର ଜାଲି ଶିବ ଆରଧନା କଲେ ଶ୍ରଦ୍ଧାଳୁ

ରାତିରେ ଉଠିଲା ମହାଦୀପ

ଅନେକ ସ୍ଥାନରେ ଅଷ୍ଟ ପ୍ରହର/ ୧୬ ପ୍ରହର ନାମଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶାର କୋଣ ଅନୁକୋଣରେ ଶୈବ ଧର୍ମର କିର୍ତିରାଜି ରହିଥିବାବେଳେ ପଶ୍ଚିମ ଓଡିଶା ସମେତ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନେକ ପୁରାତନ ଶିବ ମନ୍ଦିର ରହିଛି। ମହାଶିବରାତ୍ରୀ ଉପଳକ୍ଷେ ଉତ୍ସବ ମୂଖର ହୋଇଉଠିଛି ପୁରପଲ୍ଲୀ। ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ ଶିବରାତ୍ରୀ ଓ ଜାଗର ଯାତ୍ରା ସବୁ ପାଳିତ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ନାମ ସଂକିର୍ତନ୍ୟ ଓ ମେଳା ଚାଲିଛି। ଶୁକ୍ରବାର ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିର ମାନଙ୍କରେ ପ୍ରବଳ ଭିଡ ପରିଳକ୍ଷିତ ହୋଇଥିଲା। ଭକ୍ତମାନେ ନଡ଼ିଆ, କଦଳୀ , ବେଲପତ୍ର, ଅରଖଫୁଲ, ଅରୁଆ ଚାଉଳ, ଓ ବିଭିନ୍ନ ପ୍ରକାର ଫୁଲ ଫଳ ଧରି ଭୋଳାନାଥଙ୍କ ଲିଙ୍ଗରେ ଅର୍ପଣ କରି ଜଳ ଓ ଖିର ଅର୍ପଣ କରିଥିଲେ। ବିଭିନ୍ନ ଶୈବପୀଠରେ ଜନସାଧାରଣ ମାନଙ୍କ ପାଇଁ ଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସନ୍ଧ୍ୟାରେ ଜାଗର ଆରମ୍ଭ ହୋଇ ରାତିରେ ମହାଦୀପ ଉଠିବାସହ ଆଜି ଶନିବାର ବ୍ରାହ୍ମ ମୁହୂର୍ତରେ ମହାଶିବରାତ୍ରୀ ବ୍ରତ ସମାପନ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମର ଦେବଗିରି ଗୁମ୍ଫା ମଧ୍ୟରେ ଥିବା ଶିବ ଲିଙ୍ଗ ଖ୍ରୀଷ୍ଟ ପୂର୍ବ ଦ୍ବିତୀୟ ଶତାବ୍ଦୀର ବୋଲି ଆକଳନ କରାଯାଇଛି। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ମହାଶିବରାତ୍ରି ପାରମ୍ପରିକ ରିତି ନିତି ଅନୁସାରେ ପାଳିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକ ବେଲଖଣ୍ଡି ସ୍ଥିତ ଉମା ମାହେଶ୍ବର ଧବଳେଶ୍ୱର ମହାଦେବ ମନ୍ଦିର ଖ୍ରୀଷ୍ଟାବ୍ଦ ୧୨ଶ ଶତାବ୍ଦୀର। ସେହିପରି ଭାବେ ମ.ରାମପୁର ବ୍ଲକ ମୋହନଗିରି ଶିବ ମନ୍ଦିର ଷଷ୍ଠ ଶତାଦ୍ଦୀର। ଏଠାରେ କଳା ମୁଗୁନି ପଥରର ଶିବ ଲିଙ୍ଗ ରହିଛନ୍ତି। ଧର୍ମଗଡ଼ର ପାରଦେଶ୍ବର ମହାଦେବ ମନ୍ଦିରରେ ପାରଦର ଶିବ ଲିଙ୍ଗ ରହିଛି। ଏସବୁ ମନ୍ଦିର ସମେତ ଧର୍ମଗଡର ଶ୍ରୀ ଶ୍ରୀ ଧବଳେଶ୍ବର ପିଠ, କୁସୁମ ଖୁଣ୍ଟି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ, ମୂଷାପାଲି ଗୁପ୍ତେଶ୍ଵର ପିଠ, ଚନାମୁଣ୍ଡା ଧବଳେଶ୍ଵର ପିଠ, ବେହେରାଗୁଡ଼ା ବାଲୁଙ୍କେଶ୍ବର,  ଭାଲୁଚୁଆ, ଭବାନୀପାଟଣା, ଜୁନାଗଡ, ଜୟପାଟଣା, ଗୋଲାମୁଣ୍ଡା, କେସିଙ୍ଗା, ତଥା ସହର ଓ ବିଭିନ୍ନ ଗ୍ରାମାଞ୍ଚଳର ସମସ୍ତ ଶୈବପୀଠ ମାନଙ୍କରେ ମହାଆଡମ୍ବରରେ ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଟିତ ହୋଇଯାଇଛି। ସେହିପରି ଜିଲ୍ଲାର ପ୍ରାଚୀନ ଶୈବ ପିଠ ମାନଙ୍କ ମଧ୍ୟରୁ ଭବାନୀପାଟଣା ବ୍ଲକର ଦାଦପୁର ନୀଳକଣ୍ଠେଶ୍ବର ମହାଦେବ, ଭବାନୀପାଟଣାର ଭଣ୍ଡେଶ୍ବର ମହାଦେବ, ଜଳେଶ୍ଵର ମହାଦେବ, ନର୍ଲା ବ୍ଲକର ନର୍ଲାରୋଡ ନୀଳକଣ୍ଠେଶ୍ଵର ମହାଦେବ, ନର୍ଲା ଶିବ ମନ୍ଦିର, କେରାଣ୍ଡିଖୁଣ୍ଟି, ଉଲିକୁପା, ଭିମକେଲା, ସରିଆଁ, ମାଣ୍ଡେଲ, ସାନ ଗୁଣ୍ଡରୀ, ଶାନ୍ତପୁର, ଛତିକୁଡା, ଖମପଡା, କର୍ମେଗାଁ, ବିଲାଟ।

Udyog Nursery
Udyogi Nursery

କେସିଙ୍ଗାର ମଶାଣିବନ୍ଧ, କାଣ୍ଡେଲ, ଡଙ୍ଗରମୁର୍ଲି। ଜୟପାଟଣା ବ୍ଲକର ପୁଝାରୀଗୁଡା ଶିବ ମନ୍ଦିର। କୋକସରାର କୁସୁମଖୁଣ୍ଟି, ରେଙ୍ଗାଲପାଲି, ଝାରବନ୍ଧ ଓ ମୁଶାପାଲି। ଲାଞ୍ଜିଗଡ଼ର ଅନେକ ସ୍ଥାନ। ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା କରଞ୍ଜକୋଟ ନିକଟସ୍ଥ ରାମେଶ୍ବର ସ୍ବାମୀ, କର୍ଲାମୁଣ୍ଡା ବ୍ଲକର ରିଂଜା, ପୁଟିଗାଁ, କୁଶୁର୍ଲା, କର୍ଲାମୁଣ୍ଡା, ଖଲିଆପାଲି, ବଡଡୁଙ୍ଗରିଗୁଡା, ରେଙ୍ଗାଲି। ମ. ରାମପୁରର ରାମେଶ୍ବର ମହାଦେବ ଆଦି ବିଭିନ୍ନ ସ୍ଥାନରେ ଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାତିରେ ବିଭିନ୍ନ ଶୈବପୀଠ ମାନଙ୍କରେ ସାସ୍କୃତିକ କାର୍ଯ୍ୟକ୍ରମ ସବୁର ଆୟୋଜନ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.