ଚର୍ଚ୍ଚାରେ ଭାଲେଶ୍ୱର ସରପଞ୍ଚ ସରୋଜ ଦେବୀ ଅଗ୍ରୱାଲ

ଭରତର ନଂ ୧ ସରପଞ୍ଚ ଭାବେ ମୁମ୍ବାଇରେ ଚେଞ୍ଜ ମେକର ଅଫ ଦ ଇୟର ଆୱାର୍ଡ ପାଇଲେ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଳ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଭାଲେଶ୍ୱର ସରପଞ୍ଚ ସରୋଜ ଦେବୀ ଅଗ୍ରୱାଲ ପୁଣି ଠାରେ ଚର୍ଚ୍ଚାର ପରିସରରେ ଆସିଛନ୍ତି। କିଛି ମାସ ପୂର୍ବରୁ ଡ୍ରୋନ ଯୋଗେ ସରପଞ୍ଚ ଶ୍ରୀମତୀ ଅଗ୍ରୱାଲ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟୁ ଥିବା ଖବର ଚର୍ଚ୍ଚାର ପରିସର ଭୁକ୍ତ ହୋଇଥିଵା ବେଳେ ଆଉ କିଛିଦିନ ପୂର୍ବେ ନୂଆପଡା ବ୍ଲକରେ ସର୍ବାଧିକ ୯୯ ଜଣ ନୂତନ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ଯୋଡ଼ିଥିବାରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଏୟୁ ସ୍ମଲ ଫାଇନାସନ୍ସ ବ୍ୟାଙ୍କ ଦ୍ୱାରା ମହାରାଷ୍ଟ୍ର ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବଦଲାବ ହାମେଶା ହେ’ ରେ ଶ୍ରୀମତୀ ଅଗ୍ରୱାଲଙ୍କୁ ଚଳିତ ବର୍ଷର ଭରତର ୧ ନମ୍ବର ସରପଞ୍ଚ ଭାବେ ଚେଞ୍ଜ ମେକର ଅଫ ଦ ଇୟର ଆୱାର୍ଡରେ ସମ୍ମାନିତ କରାଯାଇଛି।  ଶ୍ରୀମତୀ ଅଗ୍ରୱାଲ ଆୟୋଜକ ଓ ପ୍ରଯୋଜକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଲୋକଙ୍କ ସେବା କରିବା ମୋତେ ଭଲ ଲାଗେ, ଗରିବ ଶ୍ରେଣୀ ଓ ଅସହାୟଙ୍କ ସହିତ ସବୁବେଳେ ଯୋଡି ହୋଇ ରହିବି, ତୃଣ ମୂଳ ସ୍ତରରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବି ବୋଲି ଆୱାର୍ଡରେ ସମ୍ମାନିତ ହେବା ପରେ ନିଜର ପ୍ରତିକ୍ରିୟାରେ କହିଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଡେପୁଟି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭୀଶ, ମୁମ୍ବାଇ କମିଶନର ଅଫ ପୋଲିସ ଭିଭେକ ଫନସଲକର, ମୁମ୍ବାଇ ମୁନ୍ସିପାଲ କମିଶନର ଇକଵାଲ ସିଂ ଚହଲ, ସୁପର -୩୦ର ଏଜୁକେଟର ଓ ଫାଉଣ୍ଡର ଆନନ୍ଦ କୁମାର, ଅଭିନେତା ଓ ପ୍ରଯୋଜକ ସୁନୀଲ ସେଟ୍ଟି, ଟାଟା ଟ୍ରଷ୍ଟ ସି. ଇ. ଓ ସିଦ୍ଧାର୍ଥ ଶର୍ମା, ଅଭିନେତା ଓ କେମପେନିଙ୍ଗ ଆମ୍ବାସାଡ଼ର ଗୁଲ ପନଗ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.