ପିକଅପ୍ ଓ ବାଇକ୍ ମଧ୍ୟରେ ଧକ୍କା; ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୋଟେର-ଜୟପାଟଣା ରାସ୍ତାରେ ରବିବାର ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ଜୟପାଟଣା ବ୍ଳକ କାଦୋପଦର ଗ୍ରାମର ଗୋକୁଳ ପଣ୍ଡା(୬୭)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସନ୍ଧ୍ୟା ସମୟରେ ଜୟପାଟଣା ପଟୁ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ (ଓଡି୦୮ ଏନ୍ ୨୫୫୨) ମୋଟେର ଧାନ ମଣ୍ଡି ନିକଟରେ ଉକ୍ତ ବାଇକକୁ ଜୋରରେ ଧକ୍କା ଦେଇ ଚାଷ ଜମି ପାର୍ଶ୍ଵର ଡ୍ରେନରେ ଚଢ଼ି ଯାଇଥିବାବେଳେ ବାଇକରେ ଥିବା ଗୋକୁଳ ପଣ୍ଡା ଛିଟିକି ପଡ଼ିଥିଲେ। ମୋଟେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବାଇକ୍ ଚାଲକ ଗୋକୁଳଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇ ପିକଅପ୍ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି। ମୋଟେର ଫାଣ୍ଡି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.