ସଇଁତଲା ବ୍ଲକ ନୂତନ ସରପଞ୍ଚ ସଂଘ ଗଠିତ

ଅଶୋକ ସାହୁ ସଭାପତି, କରିଶ୍ମା ନନ୍ଦ ସମ୍ପାଦିକା ମନୋନୀତ 

ସଂଘ ତରଫରୁ ବିଡ଼ିଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକରେ ନୂତନ ସରପଞ୍ଚ ସଂଘ ଗଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ଅଶୋକ ସାହୁ, ସମ୍ପାଦିକା ସୁଶ୍ରୀ କରିଶ୍ମା ନନ୍ଦ ଓ କାର୍ଯକାରୀ ସଭାପତି ଭାବେ ପୁଷ୍ପାଞ୍ଜଳୀ ମାଝୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏହି ସଂଘରେ ଉପସଭାପତି ଭାବରେ ରାମଚନ୍ଦ୍ର ବେହେରା, ରାଜେନ୍ଦ୍ର ଯାନୀ, କୋଷାଧ୍ୟକ୍ଷ ଅନୁରାଧା ସେଠ, ଉପଦେଷ୍ଟା କମିଟିରେ ସରପଞ୍ଚ ଶୈଳେନ୍ଦ୍ରୀ ମହାନନ୍ଦ, ରାମା ଛତ୍ରିଆ, ଲତା କୁମ୍ଭାର, ଇତିଶ୍ରୀ ସାହୁ, ନନ୍ଦିକିଶୋର ବଗର୍ତ୍ତି, ନରେନ୍ଦ୍ର କଲେତ, ମାଳତୀ ରଣା ଓ ଯୁଗଲାଲ ମାଝୀ ପ୍ରମୁଖ ରହିଛନ୍ତି। ବ୍ଲକର ବିଭିନ୍ନ ସମସ୍ୟା ନେଇ ସଂଘ ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଝିଙ୍କିଡୁଙ୍ଗୁରୀ ପଞ୍ଚାୟତ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତଗୁଡିକର ବିଭିନ୍ନ ସମସ୍ୟା ନେଇ ସରପଞ୍ଚମାନେ ଦାବୀ ଉପସ୍ଥାପନା କରିଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀମାନେ ସଠିକ ଭାବରେ ପାଉ ନ ଥିବାରୁ ପଞ୍ଚାୟତ ସ୍ତରରେ ଏକ ସ୍ଵତନ୍ତ୍ର ଆକାଉଣ୍ଟ ବ୍ୟବସ୍ଥା କରାଯାଉ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ ସରପଞ୍ଚମାନଙ୍କ ଅଜ୍ଞାତରେ ପ୍ରଶାସନ ନୂତନ କାର୍ଡ ପଞ୍ଜିକରଣ କରି ହିତାଧିକାରୀଙ୍କୁ ଯୋଗାଉଛି। ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠିକ ଭାବରେ କରିବା ସହିତ ଅଚଳ ନଳକୂଅ ଗୁଡ଼ିକୁ ମରାମତି କରିବା ସହ ପଞ୍ଚାୟତଗୁଡିକରେ ନଳକୂଅ ସାମଗ୍ରୀ ମରାମତି କରିବା ପାଇଁ ରଖାଯାଉ ବୋଲି ସରପଞ୍ଚ ସଂଘ ତରଫରୁ ବିଡ଼ିଓ ବିନୟ କୁମାର ଭୋଇଙ୍କୁ ୩ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ଶ୍ରୀ ଭୋଇ ଏ ଦିଗରେ ଶୀଘ୍ର ପଦେକ୍ଷପ ଗ୍ରହଣ କରାଯିବ ବୋଲି ସରପଞ୍ଚମାନଙ୍କୁ ଆଶ୍ୱାସନା ଦେଇଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.