ମନ୍ଥର ଗତିରେ ଚାଲିଛି ପୋଇଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ: ୯ ମାସ ପରେବି ସମ୍ପୂର୍ଣ୍ଣ ହୋଇ ପାରିନି କୋଠା

ଗଛ ମୂଳରେ ଗଢ଼ା ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଧୁନିକୀକରଣ ତଥା ଡିଜିଟାଲ ବ୍ୟବସ୍ଥା ମାଧ୍ୟ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଯୋଜନାରେ ଗୋଟିଏ ପଟେ ବିଦ୍ୟାଳୟ ଗୁଡିକୁ ୫-ଟି ଅନ୍ତର୍ଭୁକ୍ତ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଅନ୍ୟପଟେ ଦୁର୍ଗମ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର କୋମଲ ମତି ଶିଶୁଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ଦିଆଯାଉନଥିବା ଚିନ୍ତାର ବିଷୟ ପାଲଟିଛି। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଏପରି ଅନେକ ଗୁଡ଼ିଏ ବିଦ୍ୟାଳୟ ରହିଛି ଯାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। କେଉଁ ସ୍କୁଲରେ ପାଚେରୀ ଟିଏ ହୋଇ ପାରିନାହିଁ ତ କେଉଁଠି ମାସ ମାସ ସମୟ ଗଡ଼ିଲା ପରେ ମଧ୍ୟ୍ୟ କୋଠା ସମ୍ପର୍ଣ୍ଣ ହୋଇ ପାରି ନାହିଁ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଉପାନ୍ତ ଅଞ୍ଚଳ ବିଜେପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଇଗୁଡ଼ ଗ୍ରାମରେ। ସୂଚନା ଅନୁସାରେ ପୋଇଗୁଡ଼ା ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇ ୧୦ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ  ବିଦ୍ୟାଳୟର ଛାତ ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଥିଲା। ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଧାୟକ ଓ ବ୍ଲକ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ ଓ ନୂତନ କୋଠା ପାଇଁ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ନୂତନ କୋଠା ବିଜୁ କେବିକେ ଯୋଜନା ପାଣ୍ଟିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ କାର୍ଯ୍ୟ ୫ ଜୁନ୍ ୨୦୦୨୩ ମସିହାରେ ଆରମ୍ଭ କରାଗଲା। ତେବେ ପରିତାପର ବିଷୟ ଯେ ୯ ମାସରୁ ଉର୍ଦ୍ଧ ସମୟ ବିତିଗଲାଣି ଏବେ ଯାଏଁ ନୂତନ ଅତିରିକ୍ତ ଶ୍ରେଣୀ ଗୃହ ଅଧପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଅନେକ କୋମଳ ମତି ଶିଶୁଙ୍କ ଭବିଷ୍ୟତ ଗାଁ ନିକଟରେ ଥିବା ତେନ୍ତୁଳି ଗଛ ମୂଳରେ ଗଢା ଚାଲିଛି। ପିଲା ଗଛମୂଳରେ ପାଠ ପଢୁଥିଲେ ମଧ୍ୟ ଏବେ ଯାଏଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ନିରବ ରହିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଥି ପ୍ରତି ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗାଁର ସାମ୍ବରୁ ମାଝୀ, ସନ୍ୟାସୀ ମାଝୀ, ସାବୀ ମାଝୀ, ମେଳା ମାଝୀ ସମେତ ଗ୍ରାମବାସୀ ଗୁହାରି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.