ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ପ୍ରାଥମିକ ବିଦ୍ୟାଳୟ ଲାଞ୍ଜିଗଡ ରୋଡ ଠାରେ ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ରବିବାର ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷକ ସେବା ପୁସ୍ତିକାକୁ ତ୍ୱରାନ୍ୱିତ କରିବା, ଶ୍ରେଣୀଗୃହ, ପାନୀୟ ଜଳ, ଶୌଚାଳୟ ଏବଂ ବିଦ୍ୟୁତ୍ ଯୋଗାଣ ସୁବିଧା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ନେଇ ଆଲୋଚନା କରାଯାଇଥିଲା। ତତ୍ ସହିତ ବ୍ଲକରେ ଥିବା ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ଗୁଡିକରେ ଶୀଘ୍ର ଶିକ୍ଷକ ପ୍ରଦାନ ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜଣାଇବା ପାଇଁ ସଭାରେ ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକାରୀ ବୈଠକରେ ବ୍ଲକ ସଭାପତି ଅନିଲ କୁମାର ତ୍ରିପାଠୀ, ବ୍ଲକ ସମ୍ପାଦକ ମନୋଜ କୁମାର ମହାକୁଡ, କାର୍ଯ୍ୟକାରୀ ସଭାପତି ପ୍ରଭାତ ପାଠୀ, କୋଷାଧ୍ଯକ୍ଷ ରାଘବ ଗହୀର, ଲକ୍ଷ୍ମୀପ୍ରିୟା ନାୟକ, ଲୋକନାଥ ହରିଜନ ଦିବାକର ବିଭାର, ଦନାର୍ଦ୍ଦନ ମିଶ୍ର, ମୀନକେତନ ତାଣ୍ଡି, ରାଧାମାଧବ ରଥ, ଦାମୋଦର ସା, ରଞ୍ଜିତ ରାୟ ପ୍ରମୂଖ ଅଂଶଗ୍ରହଣ କରିଥିଲେ। ଶେଷରେ ଦନାର୍ଦ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।