ଏକ ଦଶନ୍ଧି ପରେ କ୍ରିକେଟ୍ କମେଣ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂହ ସିଦ୍ଧୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରାୟ ଏକ ଦଶନ୍ଧି ପରେ କ୍ରିକେଟ୍ କମେଣ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂହ ସିଦ୍ଧୁ। ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପାଇଁ ସେ ଷ୍ଟାର୍ ସ୍ପୋର୍ଟସ୍ ପ୍ରସାରଣ ଟିମରେ ଯୋଗ ଦେବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସିଜନର ପ୍ରଥମ ମ୍ୟାଚରୁ ତାଙ୍କ କମେଣ୍ଟ୍ରି କ୍ୟାରିୟର ଆରମ୍ଭ ହେବ। ଷ୍ଟାର ସ୍ପୋର୍ଟସ ସିଦ୍ଧୁଙ୍କୁ ‘କମେଣ୍ଟ୍ରି ବକ୍ସର ସର୍ଦ୍ଦାର’ ବୋଲି ଦର୍ଶାଇ ତାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛି। ଏହି ଘୋଷଣା ପରେ ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଷ୍ଟାର ସ୍ପୋର୍ଟସ ପକ୍ଷରୁ ଆୟୋଜିତ  ସାକ୍ଷାତକାରରେ ସିଦ୍ଧୁ କମେଣ୍ଟ୍ରିକୁ ଫେରିବା ନେଇ ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ ଏହା ତାଙ୍କ ପରିଚୟର ଏକ ଅଂଶ ଏବଂ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କର ସୌଖ ହେଉଛି ତାଙ୍କ ବୃତ୍ତି। ଡାହାଣହାତୀ ବ୍ୟାଟର ସିଦ୍ଧୁ ୧୯୮୩ରୁ ୧୯୯୮ ପର୍ଯ୍ୟନ୍ତ ଭାରତ ପାଇଁ ୫୧ ଟେଷ୍ଟ ଓ ୧୩୬ ଦିନିକିଆ ଖେଳି ଚମତ୍କାର କ୍ରିକେଟ୍ କ୍ୟାରିୟର କରିଛନ୍ତି। ତାଙ୍କ ନାଁରେ ୧୫ଟି ଶତକ ଓ ୪୮ଟି ଅର୍ଦ୍ଧଶତକ ରହିଛି। ସିଦ୍ଧୁ ତାଙ୍କ କ୍ରିକେଟ କ୍ୟାରିୟର ବ୍ୟତୀତ ଅମୃତସରରୁ ତିନି ଥର ସାଂସଦ, ରାଜ୍ୟସଭା ସଦସ୍ୟ ଏବଂ ଅମୃତସର ପୂର୍ବରୁ ବିଧାୟକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.