ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ବୁଧବାର ଚଳିତ ୨୦୨୩-୨୪ ଶିକ୍ଷାବର୍ଷର ବାର୍ଷିକ ଦିନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ, ରେଙ୍ଗାଲ ପାଲି ସିଆରସିସି ରମାକାନ୍ତ ମାଝୀ, ରୁକ୍ମିଣୀ ପୁଝାରୀ, ପୂର୍ଣ୍ଣମୀ ରାଉତ ଚନ୍ଦ୍ରିକା ପୁଝାରୀ, ଭୋଳାନାଥ ନାଏକ ବୈଷ୍ଣବ ଦୁର୍ଗା, ଭଗବାନ ଦିଶାରୀ, ତରୁଣ ନାଏକ ପ୍ରମୁଖ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ। ସର୍ବମୋଟ ୩୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୧ ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପଡୁଥିବା ବେଳେ ଏହି ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ସବୁ କ୍ଷେତ୍ରରେ ନିଜ ବହୁମୁଖି ପ୍ରତିଭା ମାଧ୍ୟମରେ ବ୍ଳକ ଜିଲ୍ଲା ସ୍ତରରେ ବିଦ୍ୟାଳୟର ନାମକୁ ଗୌରବନ୍ନିତ କରିଥିବାରୁ ପ୍ରଧାନ ଶିକ୍ଷକ ଭୁୟସି ପ୍ରଶଂସା କରିଥିଲେ। ଶିକ୍ଷକ କୋଟେଶ୍ବର ରାଓ, ସୁଜିତ ସାହୁ, ଦେବାଶିଷ ମହାପାତ୍ର, ଉଦ୍ଧବ ବାଗ, ଧରିତ୍ରୀ ଦାସ, ନିବେଦିତା ବାଣୁଆ, ଦିବ୍ୟସିନି ଦୁର୍ଗା, ଶଶି ଦଳପତି ଉପସ୍ଥିତ ରହି ଛାତ୍ରଛାତ୍ରୀ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭାବ ବିହ୍ୱଳ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମିଶ୍ରିତ ଖୁସି ଅନୁଭବ କରିଥିଲେ। ଜୀବନର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବିଦ୍ୟାଳୟକୁ ସହଜରେ ଛାଡି ଅନ୍ୟ ବିଦ୍ୟାଳୟକୁ ଯିବା ସହଜ ମନେ ହେଉନାହିଁ ଭଳି ଅନୁଭୂତି ଛାତ୍ରଛାତ୍ରୀଙ୍କ ବକ୍ତବ୍ୟରେ ସ୍ପଷ୍ଟ ବାରି ହେଉଥିଲା। ପରେ ସାମୁହିକ ଉତ୍ସବ ସହ ଶିକ୍ଷକ ମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.