ଟି୨୦ ର‌୍ୟାଙ୍କିଙ୍ଗର ଶୀର୍ଷରେ ସୂର୍ଯ୍ୟକୁମାର ଯାଦବ 

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଆଇସିସି ପକ୍ଷରୁ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳୀ ସୂର୍ଯ୍ୟକୁମାର ଯାଦବ ୮୦୨ ପଏଣ୍ଟ ସହ ଶିର୍ଷ ସ୍ଥାନରେ ରହିଛନ୍ତି । ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଅବସରରେ ସୂର୍ଯ୍ୟକୁମାର ଆଘାତପ୍ରାପ୍ତ ହୋଇଥିଲେ । ସେବେଠାରୁ ସେ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ସୂର୍ଯ୍ୟକୁମାର ଆଇପିଏଲରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆଇପିଏଲରେ ସେ ଫର୍ମ ଏବଂ ଫିଟନେସର ଉପଯୁକ୍ତ ପ୍ରମାଣ ଦେଇ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବା ପାଇଁ ଉଦ୍ୟମ କରିବେ । 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.