ନୂଆପଡା,୨୨/୬ : ରାଜ୍ୟ ସରକାର ଆଇ.ଏ.ଏସ. ସ୍ତରରେ ବଡ ଧରଣ ର ଅଦଳ ବଦଳ କରିଛନ୍ତି ।ରାଜ୍ୟ ର ୩୨ ଜଣ ଆଇ.ଏ.ଏସ. ଙ୍କ ବଦଳି ହୋଇଛି । ସୂଚନା ଅନୁସାରେ ନୂଆପଡା ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲା ବେଳେ ଆଇ.ଏ.ଏସ. ମଧୁସ୍ମିତା ସାହୁ ନୂଆପଡାର ନୂତନ ଜିଲ୍ଲାପାଳ ଭାବେ ଦାଇତ୍ୱ ବହନ କରିବେ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମଧୁସ୍ମିତା ସାହୁ ଆର ଆର ୨୦୧୩ ମସିହା ବେଚ୍ ର ଓ ସେ ଜେନେରାଲ ଏଡମିଷ୍ଟ୍ରେସନ ଏବଂ ପବ୍ଲିକ ଡ଼ିସଟ୍ରିବ୍ୟୁସନ ବିଭାଗରୁ ନୂଆପଡା ଜିଲ୍ଲାପାଳ ହୋଇଛନ୍ତି ବୋଲି ସୂଚନା ମିଳିଛି ।